ସାରା ରାତି ନଦୀ ମଝିରେ ଡ୍ରାମା କଲେ ମଦ୍ୟପ, ଅଗ୍ନିଶମ ବିଭାଗ ନାକେଦମ
କଟକ : ମଦ ନିଶାରେ ଚୁର୍ । ନିଶାସକ୍ତ ଅବସ୍ଥାରେ ଚାଲିଗଲେ ନଦୀ ମଝିକୁ । ଠିକ୍ ଏହି ସମୟରେ ନଦୀରେ ପାଣି ଆସିବାରୁ ଫସିଗଲେ ମଦ୍ୟପ ଯୁବକ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ନଦୀ ମଝିରେ ଫସି ରହିଥିଲେ । ଶେଷରେ ଅଗ୍ନିଶମ ବାହିନୀ ଆସି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

ଏମିତି ଏକ ବିଚିତ୍ର କାରନାମା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ । ଚନ୍ଦନ ବେହେରା ମଦ ପିଇ ନିଶାସକ୍ତ ଅବସ୍ଥାରେ ସୁନାଦେଇ ଘାଟରୁ ମହାନଦୀ ମଝିକୁ ଚାଲି ଯାଇଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆଉ 2 ଜଣ ଯାଇଥିଲେ । ନଦୀରେ ହଠାତ୍ ପାଣି ଆସି ଯିବାରୁ ସମସ୍ତେ ଫସି ଯାଇଥିଲେ ।
ଏତିକିରେ କମି ନଥିଲା ଡ୍ରାମା । ଟାପୁ ଉପରେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ମଦ୍ୟପ ଯୁବକ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି 2 ଜଣଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ କର୍ମଚାରୀ ସଫଳ ହୋଇଥିଲେ । ହେଲେ ମଦ୍ୟପର ଏଭଳି କାରନାମା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି ।
ଅଗ୍ନିଶମ କର୍ମଚାରୀ ଚନ୍ଦନକୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।












Click it and Unblock the Notifications