ସ୍ମାର୍ଟ ସିଟିରେ ସ୍ମାର୍ଟ ମହିଳା, ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡ଼ିଲେ ଯୁବତୀ
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ମହିଳା । ଗୋଟିଏ ପରେ ଗୋଟିଏ ମଦ ପିଇଗଲେ, ତା ପରେ ରାସ୍ତାରେ ଗଡ଼ିଲେ । କଥାବାର୍ତ୍ତା ଉପରେ ନା ଥିଲା ନିୟନ୍ତ୍ରଣ, ନା ପୋଷାକରେ ଥିଲା ଶାଳୀନତା । ଦୀର୍ଘ 4 ଘଣ୍ଟା ଧରି ରାଜଧାନୀ ରାଜରାସ୍ତାରେ ହଙ୍ଗାମା କରିଥିଲେ ନିଶାଡ଼ି ମହିଳା ।
ମହିଳାଙ୍କ ହରକତରେ ନାକେଦମ ହୋଇଥିଲେ ସାଧାରଣ ଲୋକ । ଟ୍ରାଫିକ ସମସ୍ୟା ସହ ବିଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଇନଫୋସିଟି ଥାନା ଅନ୍ତର୍ଗତ ଏକ ମଦ ଦୋକାନ ନିକଟରେ । ଜଣେ ନିଶାସକ୍ତ ମହିଳା ଅଣାୟତ୍ତ ହେବାସହ ଅଶୋଭନୀୟ ଭାଷାରେ ଗାଳିଗୁଲଜ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ ।

ମିଳିଥିବା ଖବର ଅନୁସାରେ, ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ନନ୍ଦନକାନନ ରାସ୍ତା କଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଠାରେ ଜଣେ ମହିଳା ଅତ୍ୟଧିକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଭିଆଇଥିଲେ । ଯାତାୟାତ କରୁଥିବା ଲୋକ ଓ ସେଠାରେ ଥିବା ପରିବା ବେପାରୀ, କପଡ଼ା ଦୋକାନ, ଫୁଲ ଦୋକାନ, ବାର, ହୋଟେଲ ଆଦିକୁ ଆସିଥିବା ଲୋକମାନଙ୍କୁ ଅସୁବିଧାରେ ପକାଇଥିଲେ । ନିଶାସକ୍ତ ମହିଳା ଜଣକ ଉପଦ୍ରଵ ଦିନ 11 ଟାରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା । ଟ୍ରାଫିକ ଜାମ ହୋଇଯିବାରୁ ବହୁ ସମୟଧରି ଗାଡ଼ିମାଟର ଯିବାଆସିବା ବନ୍ଦ ହୋଇଯାଇଥିଲା ।
ପୁଲିସ ପ୍ରଶାସନ ବହୁବାର ଆସି ମହିଳାଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ସେପଟେ ଦେଖଣାହାରୀଙ୍କ କହିବା ଅନୁସାରେ ମହିଳା ଜଣକ 8-10 ବୋତଲ ବିଅର ମଦ ପିଇଥିଲେ । ଏତେ ନିଶାସକ୍ତ ଥିଲେ କି ଶରୀରରେ ନିଜର ପୋଷାକ ପରିପାଟୀ ମଧ୍ୟ ଠିକ ଭାବେ ରହୁ ନ ଥିଲା । ଏମିତକି ସର୍ବସାଧାରଣଙ୍କ ଯାତାୟତରେ ପରିସ୍ରା କରୁଥିଲେ । ତେବେ ଏହି ଘଟଣା ବହୁ ସମୟ ଚାଲିବା ପରେ ଶେଷରେ ମହିଳା ପୁଲିସ ଆସି ଉକ୍ତ ମହିଳାଙ୍କୁ କାବୁ କରି ଭ୍ୟାନରେ ବସାଇ ନେଇଥିଲେ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ତଦନ୍ତ ବେଳେ ସେ ଜଣେ ବିବାହିତା ମହିଳା ଓ ତାଙ୍କର ଏକ ଝିଅ ଥିବା କଥା ଜଣାପଡିଛି । ଗୋଟିଏ ବେସରକାରୀ କମ୍ପାନୀରେ ସେ କାମ କରନ୍ତି ବୋଲି କହିଛନ୍ତି ।












Click it and Unblock the Notifications