ମଦୁଆ ବାପର ଉନ୍ମକ୍ତ କାଣ୍ଡ, 5 ମାସର ଛୁଆକୁ କଚାଡ଼ି ମାରି ଦେଲା
ପଦ୍ମପୁର: ନିଜ ପିଲାକୁ କଚାଡ଼ି ମାରିଦେଲା ମଦୁଆ ବାପ । ମଦ ନିଶାରେ 5 ମାସର ଛୁଆକୁ କଚାଡ଼ି ମାରିଦେଇଛି ପୁତ୍ରହନ୍ତା ପିତା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଳା ଥାନା ଅଞ୍ଚଳରେ ।

ଅଭିଯୁକ୍ତ ଜଣକ ହେଲେ ହେମନ୍ତ ଭୁଏ । ଗତକାଲି ରାତିରେ ସେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ । ସ୍ତ୍ରୀ ମନା କରିବାରୁ ମଦ୍ୟପ ପିତା ଗାଳି କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଚାଲିଥିବା ବେଳେ ରାଗରେ 5 ମାସର ଶିଶୁପୁତ୍ରକୁ ଟାଣି ନେଇ ତଳେ କଚାଡ଼ି ଦେଇଥିଲେ । ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି ।
ଗାଁ ଲୋକଙ୍କଠାରୁ ଘଟଣା ସଂପର୍କରେ ସୂଚନା ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା । ପୁଲିସ୍ ହେମନ୍ତ ଭୁଏଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି । ଘଟଣା ଘଟିବା ସମୟରେ ହେମନ୍ତ ଭୁଏ ମଦ ପିଇଥିଲେ ବୋଲି କୁହାଯାଉଛି ।












Click it and Unblock the Notifications