Get Updates
Get notified of breaking news, exclusive insights, and must-see stories!

ନିଶା ମୁକ୍ତ ଓ DJ ମୁକ୍ତ ହେବ କଟକ ଦୁର୍ଗାପୂଜା, ଶାନ୍ତି କମିଟି ବୈଠକରେ ହେଲା ନିଷ୍ପତ୍ତି

କଟକ: ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ସଜବାଜ । କଟକ ସହରର ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବାକୁ ଏଥର ନିଆଯାଇଛି ନିଷ୍ପତ୍ତି । ଏଥର ପୂଜାରୁ ନିଶା ମୁକ୍ତ ଓ DJ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ 170 ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ନିଷ୍ପତ୍ତି ହୋଇଛି ।

durga puja

ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

ଚଳିତବର୍ଷ 170 ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଜଗତ ଜନନୀ । 29 ମେଢରେ ଚାନ୍ଦିରେ ଝଟକିବେ ମାଆ । ଅକ୍ଟୋବର 20 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ କଟକ ଶାରଦୀୟ ଦୁର୍ଗାପୂଜା । 25 ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସହରର 170 ରୁ ଅଧିକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ବୈଠକରେ ବିଭିନ୍ନ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଯୋଗ ଦେଇ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଏଥର ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବା ସହ ନିଶାମୁକ୍ତ ତଥା ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଅନ୍ୟପଟେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି । ମଙ୍ଗଳାବାଗ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରୀତି ନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ମାଟି ଅନୁକୂଳ ପରେ ହିଁ ଆରମ୍ଭ ହୋଇଥାଏ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+