ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ, ଆଜି ଠୁ ଗାଡ଼ି ଚଳାଚଳ ସ୍ୱାଭାବିକ
ଭୁବନେଶ୍ୱର: ଷ୍ଟିୟରିଂ ଛାଡ ଆନ୍ଦୋଳନ ସ୍ଥଗିତ ରଖିଲା ଡ୍ରାଇଭର ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ । ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଏହା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଇଥିଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସେ କହିଥିଲେ, ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି । ତେଣୁ ଆନ୍ଦୋଳନରୁ ଓହରି ଯାଆନ୍ତୁ ଓ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ନ୍ତୁ । ଦରକାର ପଡ଼ିଲେ ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା । ଅନ୍ୟ ସମସ୍ତ ରାଜ୍ୟ ଆନ୍ଦୋଳନକୁ ଓହ୍ଲାଇଲେ ଆମେ ମଧ୍ୟ ଓହ୍ଲାଇବା ।
ସେହିପରି ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ସଂଘ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି । ସଂଘର ରାଜ୍ୟ ସରକାରଙ୍କ ଠାରୁ ଥିବା ଦାବି ପୂରଣ ହୋଇଛି । ଆଜି ସନ୍ଧ୍ୟାରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ସବୁ ଜିଲ୍ଲାକୁ ଜଣାଇଛି ସଂଘ ।












Click it and Unblock the Notifications