ଚାକିରୀରୁ ବିଦା କରିଦେଲେ ମାଲିକ, ଗାଡ଼ି ଜାଳିଦେଲା ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭରକୁ ଚାକିରୀରୁ ବାହାର କରିଦେଲେ ମାଲିକ । ଏହା ପରେ ଅଜବ ଉପାୟରେ ପ୍ରତିଶୋଧ ନେଇଛି ଡ୍ରାଇଭର । ରାତି ଅଧରେ ମାଲିକ ଘରେ ପଶି କାର୍ ଓ ବାଇକ୍ ଜାଳି ଦେଇଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ ।

car burn

ରାଜଧାନୀ ଖଣ୍ଡଗିରିରେ ଗତ 19 ତାରିଖ ରାତିରେ ଘଟିଛି ଏପରି ଅଭାବନୀୟ କାଣ୍ଡ । ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ଖଣ୍ଡଗିରି କ୍ରିଷ୍ଣା ଗାର୍ଡେନ ଫେଜ୍ -2 ରେ ରହୁଥିବା ଜ୍ୟୋସ୍ନା ମହାନ୍ତି ଓ ଅଜିତ କୁମାର ନାୟକଙ୍କ ଘରେ ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ ଡ୍ରାଇଭର ।

ଏନେଇ ଅଭିଯୋଗକାରୀ ଅଜିତ କୁମାର ନାୟକ କହିଛନ୍ତି, ଆମ କାର୍‌ ପୁରୁଣା ଥିବାରୁ ସେଥିରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିଲା । ଏଥିସହ ଡ୍ରାଇଭର ବି ସବୁବେଳେ ନିଶାସକ୍ତ ରହୁଥିଲା । ତେଣୁ ଗତ ମେ' ମାସରେ ତାକୁ ନୂଆ ଚାକିରି ଦେଖିବାକୁ କହି ବାହାର କରିଥିଲୁ । ଏହାପରେ ଅକ୍ଟୋବରରେ ଗାଡ଼ିକୁ ସଜାଡ଼ି ପୁଣି ଥରେ ଚଳାଇଥିଲୁ । ଏଥିପାଇଁ ଆଉ ଜଣେ ଡ୍ରାଇଭର ରଖିଲୁ । ଏହାଦେଖି ପୁରୁଣା ଡ୍ରାଇଭରଜଣକ କ୍ରୋଧାନ୍ୱିତ ହୋଇ ପଡ଼ିଥିଲା ।

ଏହାପରେ 19 ତାରିଖ ରାତି 3.30 ରେ ସେ ଗେଟ୍‌ ଭିତରେ ପଶିଥିଲା । ଏହାପରେ କିଛି ବିସ୍ଫୋରକ ସାମଗ୍ରୀ ଲଗାଇ କାର୍‌କୁ ଜଳାଇ ଦେଇଥିଲା । ନିଆଁ ସଙ୍ଗେସଙ୍ଗେ ଚାରି ଆଡ଼କୁ ବ୍ୟାପି ଯିବାରୁ ପାଖରେ ଥିବା ବାଇକ୍‌ଟି ବି ଜଳି ଯାଇଥିଲା । ଏହି ବିସ୍ଫୋରଣରେ କାର୍‌ ଓ ବାଇକ୍‌ ଜଳିପୋଡ଼ି ଛାରଖାର ହୋଇ ଯାଇଥିବା ବେଳେ କାର୍‌ ରହିଥିବା ଜାଗାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି ।

ବିସ୍ଫୋରଣ ଶବ୍ଦ ଶୁଣି ଘର ମାଲିକ ଉଠିଯାଇଥିବା ବେଳେ ନିଆଁ ହୁତୁହୁତୁ ହୋଇ ଜଳୁଥିବାରୁ ଆଉ ବାହାରି ପାରି ନ ଥିଲେ । ଏହାପରେ ସାହିପଡ଼ିଶା ପାଣି ପକାଇ ନିଆଁକୁ ଆୟତ୍ତ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ।

ଅଭିଯୁକ୍ତ ଜଣକ ଅବଦୁଲ ହାକିମ୍ ବୋଲି ଜଣାପଡିଛି । ଅବଦୁଲ ପୂର୍ବରୁ ଡାକ୍ତରଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଚାକିରିରୁ ବିଦା ହେବା ପରେ ଅବଦୁଲ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ଡାକ୍ତରଙ୍କ ଘରର ସିସି ଟିଭି ଫୁଟେଜ୍ ଆଧାରରେ ଅବଦୁଲ ଧରାପଡିଛନ୍ତି । ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+