ଟ୍ରକ୍ କୁ ଧକ୍କା ଦେଲା ଟ୍ରକ୍, ଗାଡ଼ି ସହ ଜୀବନ ଜଳିଗଲେ ଡ୍ରାଇଭର
ନୂଆପଡ଼ା: ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଫଳରେ ଟ୍ରକ୍ ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ରେ ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ରେ ଚଟିଆଗୁଡ଼ା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବାରୁ ପଛରେ ଥିବା ଟ୍ରକଟି ଭରସାମ୍ୟ ହରାଇ ଆଗ ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ଷ୍ଟିଅରିଙ୍ଗ ଓ ସିଟରେ ଚାପି ହୋଇଥିବାରୁ ବାହାର କରାଯାଇ ପାରି ନଥିଲା ।
ଘଟଣାସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ ମଧ୍ୟ ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରି ପାରିନଥିଲେ । ଉଭୟ ଟ୍ରକ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସ ଟ୍ରକ 2 ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications