ବଦଳିଲା ନିୟମ, ଶ୍ରୀ ମନ୍ଦିର ଗଲେ କଣ ପିନ୍ଧିବେ ?

ପୁରୀ: ବଦଳିଲା ନିୟମ । ଶ୍ରୀ ମନ୍ଦିର ଭିତରକୁ ଯିବା ପୂର୍ବରୁ ମାନିବାକୁ ହେବ ଏହି ନୂଆ ନିୟମ । ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ଅବମାନନା କଲେ ମନ୍ଦିର ଭିତରକୁ ଯିବା ମନା । ମନ୍ଦିର ଭିତରକୁ ଯିବାକୁ ହେଲେ ନିଜ ପୋଷାକ ପ୍ରତି ଧ୍ୟାନ ଦେବାକୁ ହେବ । ଏ ନେଇ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ।

shreemandir

ଶ୍ରୀମନ୍ଦିର ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜି ଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ 3 ମାସ ସଚେତନ ପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ ।

ଶ୍ରୀମନ୍ଦିର କ'ଣ ପିନ୍ଧି ପ୍ରବେଶ କରିପାରିବେ?

ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି 'ପୋଷାକ' କଟକଣା ଲାଗୁ କରାଯିବ । ଏହାସହିତ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ନିୟମ ନେଇ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ସଚେତନ କରାଯିବ । ତେବେ ଏହାର ତଦନ୍ତ ଦାୟିତ୍ୱ ଜେଟିପି ଏବଂ ପ୍ରତିହାରୀ ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ତେବେ 12 ବର୍ଷର ପିଲାମାନଙ୍କ ପାଇଁ ହାଫ୍ ପ୍ୟାଣ୍ଟ ପିନ୍ଧି ଭିତରକୁ ଯିବାର ଅନୁମତି ଦିଆଯିବ । ସେହିପରି ଭକ୍ତମାନେ ହାତକଟା ପୋଷାକ ପିନ୍ଧି ମଧ୍ୟ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ଏହିଭଳି ପୋଷାକ ପିନ୍ଧିଥିଲେ ଭକ୍ତମାନଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି ।

ଅନ୍ୟପଟେ ବାଳଧୂପ ଓ ରାଇଦାମୋଦର ବେଶ ନୀତି ପାଇଁ ପ୍ରତିଦିନ ଭୋର୍‌ 4ଟାରେ ଦ୍ୱାରଫିଟା ଓ ଭୋର 5 ଟାରେ ମଙ୍ଗଳ ଆଳତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଅକ୍ଟୋବର 28 ରେ କୁମାର ପୂର୍ଣ୍ଣିମା ଓ ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପଡ଼ୁଛି । ଏହିଦିନ ବି ଚନ୍ଦ୍ରଗ୍ରହଣ ପଡ଼ୁଛି । ଅପରାହ୍ନ 4 ଟା 4 ମିନିଟରୁ ଗ୍ରହଣ ସ୍ପର୍ଶ କରୁଛି ।

ରାତି ପ୍ରାୟ ଗୋଟାଏରେ ଗ୍ରହଣ ଛାଡ଼ିବ । ଏହା ପୂର୍ବରୁ ନୀତିକାନ୍ତି ସାରିବାକୁ ନିଷ୍ପତ୍ତି ହୋଇଛି । ଏଣୁ କୁମାର ପୂର୍ଣ୍ଣିମା ପୂର୍ବଦିନ ରାତି 2 ଟାରେ ଦ୍ୱାରଫିଟା, ରାତି 3 ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ବେଳେ ଅନ୍ୟ କୌଣସି ପୂଜାର୍ଚ୍ଚନା କରାଯିବନି । କେବଳ ସର୍ପମଣୋହୀ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+