ଶ୍ରୀ ମନ୍ଦିର ଯିବାକୁ ହେଲେ ପିନ୍ଧିବାକୁ ହେବ ଏହି ପୋଷାକ, ଜାରି ହେଲା ପରାମର୍ଶବଳୀ

ପୁରୀ: ଶ୍ରୀ ମନ୍ଦିରକୁ ଯିବାକୁ ହେଲେ ପିନ୍ଧିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ । ଏ ନେଇ କିଛି ଦିନ ଆଗରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଶ୍ରୀ ମନ୍ଦିରକୁ ଗଲେ କଣ ପିନ୍ଧିବେ ସେ ନେଇ ଆସିଛି ପରାମର୍ଶବଳୀ ।

ଉଭୟ ପୁରୁଷ ଓ ମହିଳାମାନେ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କଣ ପିନ୍ଧିବେ ସେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ।

shree mandir

କଣ ପିନ୍ଧିବେ ?

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବେ । ସେହିପରି ମହିଳା ମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ ।

ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ପରାମର୍ଶବଳୀରେ ଦର୍ଶାଯାଇଛି । ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ । ଏହା ପରେ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି । ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+