ଫୋନ୍ ହଜିଗଲେ ଚିନ୍ତା କରନ୍ତୁ ନାହିଁ, ଏମିତି ବ୍ଲକ୍ କରନ୍ତୁ ଫୋନ୍

କିନ୍ତୁ ଏବେ ଆଉ ମୋବାଇଲ ଚୋରି ହେଲେ କିମ୍ବା ହଜିଗଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏନେଇ କେନ୍ଦ୍ର ଟେଲି କମ୍ୟୁନିକେସନ ବିଭାଗ ଲୋକମାନଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି । ଶନିବାର ଓଡ଼ିଶା ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରି ଲୋକମାନଙ୍କୁ ସତର୍କ କରିବା ସହିତ ଏହି ସୂଚନା ଦେଇଛି ।
ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୁପ https://t.co/DEX3AFd0uM ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ ସାଇବର ଠକେଇରୁ ରକ୍ଷା କରିପାରେ ।
ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ଜାରି । pic.twitter.com/Hu1o137gb7
— Odisha Police (@odisha_police) June 10, 2023
ଆପଣଙ୍କର ଫୋନ୍ ଚୋରି ହୋଇଗଲେ କୌଣସି ଚିନ୍ତା ନକରି ଏହି https://ceir.sancharsaathi.gov.in/Home/index.jsp ଲିଙ୍କ୍ରେ ଯାଇ ନିଜର ମୋବାଇଲ୍କୁ ବ୍ଲକ କରିପାରିବେ । ଯାହା ଦ୍ୱାରା ଆପଣ ଏକ ବଡ ସାଇବର ଠକେଇରୁ ବର୍ତ୍ତିପାରିବେ ।












Click it and Unblock the Notifications