ଚିଲିକା ଓ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା, କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି ଗଣନା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା ।

ମୋଟ୍ 18ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି । ଚିଲିକାକୁ 4ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି । ସେଣ୍ଟ୍ରାଲ ସେକ୍ଟରରେ 6ଟି ଟିମ୍ , ସାଉଥ୍ ସେକ୍ଟରରେ 4 ଟି ଟିମ୍, ନର୍ଥାଲ ସେକ୍ଟରରେ ଗୋଟିଏ ଏବଂ ଆଉଟର୍ ଚ୍ୟାନେଲରେ 7ଟି ଟିମ୍ ଗଣନାକରିବେ ।
ସେହିପରି ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ମଧ୍ୟ ଡଲଫିନ୍ ଗଣନା ଜାରି ରହିଛି । ବନବିଭାଗର 9 ଟି ଟିମ୍ ଏହି ଗଣନାରେ ନିୟୋଜିତ ହୋଇଛନ୍ତି ।
ବାଇନାକୁଲାର ଏବଂ ଜିପିଏସ୍ ଟ୍ରାକିଂ ଦ୍ବାରା ଗଣନା କାର୍ଯ୍ୟ କରାଯାଉଛି । ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି । ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ।
ଗତବର୍ଷ ଚିଲିକାରେ ମୋଟ 173 ଟି ଡ଼ଲଫିନ ଠାବ ହୋଇଥିବା ବେଳେ, ଏଥିରୁ 154 ଟି ଏରାଓ୍ବାଡି ପ୍ରଜାତିର ଏବଂ 19ଟି ବଟଲ ନୋଜ ପ୍ରଜାତିର ଡଲଫିନ ଥିଲେ । ଚିଲିକା ଅଂଚଳରେ କେବଳ ଏରାୱାଡି ପ୍ରଜାତିର ଡଲ୍ଫିନ୍ ଦେଖାଯାଆନ୍ତି । ମାତ୍ର ଭିତରକନିକାରେ 5 ପ୍ରକାର ଡଲ୍ଫିନ୍ ଦେଖା ଯାଇଥାନ୍ତି । ଗତବର୍ଷ ଗଣନା ସମୟରେ ସାରା ଓଡିଶାରେ 733 ଡଲଫିନ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ 550 ଟି ଡଲଫିନ ଚିହ୍ନଟ ହୋଇଥିଲା ।












Click it and Unblock the Notifications