ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼, ମଦ ପିଇ ଚିକିତ୍ସା ଅବହେଳା କରିଥିବା ଅଭିଯୋଗ
ବଲାଙ୍ଗୀର: ରୋଗୀ ମୃତ୍ୟୁକୁ ଡାକ୍ତରଙ୍କୁ ନିର୍ଧୁମ ମାଡ଼ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜରେ । ରୋଗୀଙ୍କ ମୃତ୍ୟୁ ପରେ ଦେଖାଦେଇଥିଲା ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ସୂଚନା ଅନୁସାରେ, ଡୁଙ୍ଗୁରିପଡ଼ାର ନିକୁ ବାରିକଙ୍କୁ ଗତକାଲି ସନ୍ଧ୍ୟା 5 ଟାରେ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ 3 ଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଆସିଥିଲେ । ତେବେ ଡାକ୍ତର ଜଣକ ମଦ ପିଇ ଆସିଥିବା ଓ ବିଳମ୍ବରେ ଆସିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିବା ସହ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।
ହସ୍ପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ମୃତକଙ୍କ ସମ୍ପର୍କୀୟ ଖ୍ରୀଷ୍ଟଦତ୍ତ ନାଗ କହିଛନ୍ତି, ଡାକ୍ତର ମଦ ପିଇଥିଲେ । ଆମ କଥା ଶୁଣିଲେ ନାହିଁ କି ଚିକିତ୍ସା କଲେ ନାହିଁ । ଯେଉଁ ଡାକ୍ତର ପାଇଁ ଆମ ପିଲାର ଜୀବନ ଯାଇଛି, ତାଙ୍କୁ ଦଣ୍ଡ ଦିଆଯାଉ । ଆମକୁ ନ୍ୟାୟ ମିଳୁ ।












Click it and Unblock the Notifications