Get Updates
Get notified of breaking news, exclusive insights, and must-see stories!

ଡିଏନ୍ ଗ୍ରୁପ୍ ଆଇଟି ରେଡ୍ : କୋଟିଏ ଟଙ୍କାର ଜାଲ୍ ନୋଟ୍, ତଦନ୍ତ କରିବ ଇଡି

ଭୁବନେଶ୍ୱର: ଡିଏନ୍ ଗ୍ରୁପ ଉପରେ ଦ୍ୱିତୀୟ ଦିନ ଧରି ଆଇଟି ରେଡ୍ ଜାରି ରହିଛି । ଆୟକର ବିଭାଗର 7ଟି ଟିମ୍ ଏହି ଚଢାଉ ଜାରି ରଖିଛନ୍ତି । ଏହି ସମୟରେ ପ୍ରାୟ ଏକ କୋଟି ଟଙ୍କାର ଫେକ୍ ନୋଟ୍ ମିଳିଥିବା ସୂଚନା ମିଳିଛି । ଏକ୍ସପର୍ଟମାନେ ଜାଲ୍ ନୋଟ୍ ଚିହ୍ନ କରି ମେସିନରେ ଟଙ୍କା ଗଣୁଛନ୍ତି ।
ଏପରିକି ଏହି ଚଢାଉରେ 100 କୋଟି ଟଙ୍କାର କ୍ୟାସ୍ ରିସିପ୍ଟ ମଧ୍ୟ ଆଇଟି ହାତରେ ଲାଗିଛି । ଏହାକୁ ନେଇ ଅଧିକ ଖୋଲତାଡ଼ କରୁଛନ୍ତି ଅଧିକାରୀ । ଏ ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।

DN group-IT raid

ଅପରପକ୍ଷରେ 30 କୋଟି ଟଙ୍କା ୟୁନିଟ-4 କ୍ୱାର୍ଟରରୁ ଜବତ କରିଛି ଆଇଟି ବିଭାଗ । ଏହା ପରେ ଏହି ମାମଲାର ତଦନ୍ତ କରିବ ଇଡି ।

ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ବିଭାଗର 7 ଟି ଟିମ୍‌ ଡିଏନ୍‌ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି । ଡିଏନ୍‌ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି ।

ସଂସ୍ଥାର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ 23 ଟି ସ୍ଥାନରେ ଚଢ଼ଉ କରାଯାଇଛି । ୟୁନିଟ୍-4 ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ 30 କୋଟି ଟଙ୍କା ମିଳିଛି । ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି । ଏତେ ପରିମାଣର ଟଙ୍କା ମିଳିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+