ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ଼... ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ୱାଟସଆପ୍ ଗ୍ରୁପ୍

ଭୁବନେଶ୍ୱର: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ପୋଲିସ୍ ଘଟଣାର ସୁରାକ ଖୋଜୁଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ ଆସିଛି ଏକ ହ୍ୱାଟସ୍ ଗ୍ରୁପ୍ । ଏଥିରେ ଡିଜେ ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାକୁ ହୋଇଥିଲା ପ୍ରସ୍ତୁତି ।
କିଛି ଦିନ ତଲେ ପ୍ରାଣ ହରାଇଥିବା ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛର ରହସ୍ୟ ଜାଣିବାକୁ ପୋଲିସ୍ ତନାଘନା କରୁଥିବା ବେଳେ ଜାଣିବାକୁ ପାଇଛି ଡିଜେ ଆଜେକ୍ସ ଜଣେ ନୁହଁ ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ ଏକାଠି ହୋଇଥିଲେ । ଆଜେକ୍ସଙ୍କ ମୁଖା ଖୋଲିବା ପାଇଁ ଯୋଜନା କରିଥିଲେ । ସେଥିପାଇଁ ଏକ ହ୍ୱାଟ୍ସଅପ ଗ୍ରୁପ କରି କିପରି ଏକ୍ସପୋଜ୍ କରିବେ ସେ ନେଇ କଥା ମଧ୍ୟ ହୋଇଥିଲେ ।
ଏହା ପୂର୍ବରୁ ପୋଲିସ ହାତରେ ଲାଗିଥିଲା ତାଙ୍କ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା 17 ସେକେଣ୍ଡର ଫୋନ କଲ । ଏଥିସହିତ ଆଜେକ୍ସ ତାଙ୍କ ଭଉଣୀ ପାଖକୁ ପଠାଇଥିବା ଏକ ଶେଷ ମେସେଜ ବି ପୋଲିସ ପାଇଥିଲା । ଏହି ମେସେଜ ଏବଂ ଫୋନକଲରୁ କିଛି ସୁରାକ ମିଳିବ ବୋଲି ଅନୁମାନ କରାଯାଉଥିଲା । ସେହିପରି ଆଜେକ୍ସ ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ପଠାଇଥିବା ଇମେଲ ମଧ୍ୟ ପୋଲିସ ହାତରେ ଲାଗିଥିଲା । ଏହିସବୁ ମେଲ, କଲ ଏବଂ ମେସେଜ ଗୋଟିଏ କଥା କହୁଥିବାବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ଦିଗ ।
ଏବି ସୂଚନା ପାଇବା ପରେ ଅନ୍ୟ ଦୁଇ ଯୁବତୀଙ୍କୁ ପୋଲିସ୍ ପଚରାଉଚୁରା କରିପାରେ ।












Click it and Unblock the Notifications