ଦୀପାବଳିରେ ଫୁଟିବ ବାଣ ! କଣ କହୁଛି ଗାଇଡ଼ଲାଇନ୍, କେଉଁ ବାଣ ଫୁଟାଇ ପାରିବେ ଜାଣନ୍ତୁ...
ଭୁବନେଶ୍ୱର: ତିନି ଦିନ ପରେ ଦୀପାବଳି । ଏହା ପୂର୍ବରୁ ସାରା ଦେଶରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ସୁପ୍ରିମ କୋର୍ଟ । ତେବେ ସମ୍ପୂର୍ଣ୍ଣ ବାଣ ଫୁଟାଇବା ବନ୍ଦ ହେବ ନା କିଛି ପ୍ରକାର ବାଣ ଫୁଟାଇ ହେବ ସେ ନେଇ ଲୋକଙ୍କ ମନରେ ରହିଛି ଦ୍ୱନ୍ଦ । ଏପରିକି ବାଣ ଦୋକାନ କରିବାକୁ ଟେଣ୍ଟ ବାନ୍ଧି ବସିଥିବା ବେଳେ ଦୋକାନୀଙ୍କ ମନରେ ଏହାକୁ ନେଇ ଲାଗି ରହିଛି ଦ୍ୱନ୍ଦ । କେଉଁ ବାଣ ଫୁଟାଯାଇ ପାରିବ, ଦୋକାନୀ କେଉଁ ବାଣ ବିକ୍ରି କରିବେ ସେ ନେଇ ହରଡ଼ଘଣାରେ ପଡ଼ିଛନ୍ତି ।

ଏପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ମିଳୁନି ଲାଇସେନ୍ସ । ଫଳରେ ଦ୍ଵନ୍ଦ୍ଵରେ ଦୋକାନୀ । ବାଲିଯାତ୍ରା ପଡ଼ିଆରେ 42 ଟି ବାଣ ଦୋକାନ ପାଇଁ ଟେଣ୍ଟ କରି ଲାଇସେନ୍ସକୁ ଅପେକ୍ଷା କରି ବସିଛନ୍ତି ବାଣ ବେପାରୀ । ଏପଟେ ଭୁବନେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ।
ଉଭୟ ଦୋକାନୀ ଓ ଲୋକ ଏ ନେଇ ଦ୍ୱନ୍ଦରେ ଥିବା ବେଳେ ଏଥି ମଧ୍ୟରେ ଆସିଛି ପ୍ରଦୂଷଣ ବୋର୍ଡର ଗାଇଡଲାଇନ୍ । ରାଜ୍ୟରେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ଲାଗି ମାସେ ପୂର୍ବରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇଛି ।
କଣ କହୁଛି ଗାଇଡଲାଇନ୍-
- 125 ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ପାରିବେ ନାହିଁ ।
- ରାତି 10 ଟାରୁ ସକାଳ 6 ଟା ଯାଏଁ ବାଣ ଫୁଟା ଯାଇପାରିବ ନାହିଁ ।
- ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକସ୍ଥଳର 100 ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି ।
ସେପଟେ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣକୁ ମିଳିଛି ଅନୁମତି । ତେବେ ଏ ଗ୍ରୀନ କ୍ରାକର କ'ଣ ? କିଭଳି ଏହାକୁ ଚିହ୍ନିବେ ତାକୁ ନେଇ ମଧ୍ୟ ଦ୍ୱନ୍ଦରେ ଦୋକାନୀ ।
କେମିତି ଚିହ୍ନିବେ ସବୁଜ ବାଣ ?
ପରିବେଶବିତ୍ଙ୍କ ମତରେ, ଗ୍ରୀନ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ । ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ । ପାରମ୍ପରିକ ବାଣର ଶବ୍ଦ ତୀବ୍ରତା 160 ଡେସିବେଲ ପାଖାପାଖି ଥିବା ବେଳେ ଗ୍ରୀନ୍ କ୍ରାକରରେ ଏହା 100 ରୁ 125 ଡେସିବେଲ ମଧ୍ୟରେ ରହିଥାଏ । ସମସ୍ତ ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ, ଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications