Get Updates
Get notified of breaking news, exclusive insights, and must-see stories!

ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ଖରାଛୁଟି ପରେ ସ୍କୁଲ କୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସମ୍ପୃକ୍ତ ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ରାଜ୍ୟ ସରକାର ।

ଏହା ପୂର୍ବରୁ ଜୁନ୍ 21 ରେ ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଥିଲା ଗଣଶିକ୍ଷା ବିଭାଗ । କିନ୍ତୁ ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏହି ଗ୍ରୀଷ୍ମ ଲହର ଆହୁରି 3 ଦିନ ଧରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ।

school

ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ଉତ୍ତାପ ସ୍ଥିତିର ସମୀକ୍ଷା କରିବେ ଏବଂ ସେହି ଅନୁଯାୟୀ ବିଦ୍ୟାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗ୍ରୀଷ୍ମ ଅବକାଶକୁ ବଢାଇବା ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି ।

ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ପୂର୍ବାନୁମାନ କରିଛି ଯେ ଆସନ୍ତା 3 ଦିନ ପାଇଁ ଦିନର ତାପମାତ୍ରା ସ୍ୱାଭାବିକଠାରୁ 4-7 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ ।

ଅଧିକାଂଶ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତପମାତ୍ରା 45 ଡିଗ୍ରୀ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ସୂଚନାଯୋଗ୍ୟ, ରବିବାର ଓଡିଶାର 22 ଟି ସ୍ଥାନରେ ସର୍ବାଧିକ 40 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସାତୋଟି ସ୍ଥାନରେ 45 ଡିଗ୍ରୀ ଉପରେ ରହିଛି ତାପମାତ୍ରା ।

ମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ ଏବଂ ସେମାନଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+