Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ଆଲୋଚନା

ଭୁବନେଶ୍ୱର: ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ହେବ ଆଲୋଚନା । ଲକ୍ଷ୍ମୀ ବସ୍ ଚଳାଚଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ବସ୍ ମାଲିକ ସଂଘ । ଳକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘ ରଖିଥିବା ଦାବି ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ । ଦିନ 11 ଟା ବେଳେ ଖାରବେଳ ଭବନରେ ଏହି ଆଲୋଚନା ହେବ ।

bus strike

ସୂଚନାଥାଉଖି, ବ୍ଲକ ରୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହା ପରେ ଗତ 20 ତାରିଖ (ଶୁକ୍ରବାର) ଦିନ ଘରୋଇ ବସ୍ ଚଳାଚଳ ବନ୍ଦ କରିଥିଲେ ମାଲିକ ସଂଘ ।

ଦୁର୍ଗାପୂଜା ସମୟରେ ବସ୍ ଚଳାଚଳ ବନ୍ଦ ହେବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ ସରକାର ବସ୍ ମାଲିକ ସଂଘ ସହ ଅଲୋଚନା କରି ଅଲୋଚନା ହେବା ନେଇ ପ୍ରତଶ୍ରୁତି ଦେଇଥିଲେ । ପ୍ରତଶ୍ରୁତି ମିଳିଲା ପରେ ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହା ପରେ ଆଜି ପୁଣି ବୈଠକ ରହିଛି ।

ତେବେ ଆଜିର ଆଲୋଚନାରେ କଣ ନିଷ୍କର୍ସ ବାହାରିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+