ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ, ବିଜେଡ଼ିରୁ ନିଲମ୍ବନ ହେଲେ ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ
ଗଞ୍ଜାମ: ଦିଗପହଣ୍ଡି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ ବିରୋଧୀ ଛାଟ । ବିପିନ ପ୍ରଧାନଙ୍କୁ ଦଳରୁ ନିମ୍ବନ କଲା ବିଜେଡ଼ି । ଦଳ ବିରୋଧୀ କାମ ପାଇଁ ବିପିନଙ୍କୁ ଦଳରୁ ବାହାର କରିଦିଆଯାଇଛି । ଏ ନେଇ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ସମ୍ପାଦକ ମାନସ ମଙ୍ଗରାଜ ।

ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏ ନେଇ ଆଜି ଦଳ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।
ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଗତକାଲି ଦିଗପହଣ୍ଡି ବ୍ଲକରେ ଉତ୍ତେଜନା ଦେଖା ଦେଇଥିଲା । 25ଟି ପଞ୍ଚାୟତର 25 ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ଶେଷ ସମୟରେ ଏହିନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଉପ ନିର୍ବାଚନ ବାତିଲ ହୋଇଥିବା ଜାଣି ବିଜେଡ଼ିରେ ଦେଖାଦେଇଥିଲା ଗୋଷ୍ଠୀ କନ୍ଦଳ । ଦୁଇ ଗୋଷ୍ଛୀ ମୁହାଁମୁହିଁ ହୋଇଥିଲେ । ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
ବିଜେଡିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଆର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ଆଜି ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ।
ସୂଚନାଥାଉକି, ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା । ଗତକାଲି ଏନେଇ ଉପ ନିର୍ବାଚନ ହେବାର ଥିଲା । ହେଲେ ନିର୍ବାଚନ କମିଶନ ଗତକାଲି ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ ।
ସୂଚନାଥାଉ କି, ଗତକାଲି ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications