ଆଜି ଦିଗପହଣ୍ଜି ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନ, କଡ଼ା ସୁରକ୍ଷା ଭିତରେ ହେବ ଭୋଟିଂ
ଦିଗପହଣ୍ଡି: ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଗତ ନିର୍ବାଚନ ବେଳେ ହିଂସା ହୋଇଥିବାରୁ ନିର୍ବାଚନ ବାତିଲ ହୋଇଥିଲା । ଏହା ପରେ ଆଜି ନିର୍ବାଚନ ହେବ । ଏଥର କଡ଼ା ସୁରକ୍ଷା ଭିତରେ ନିର୍ବାଚନ କରିବା ନେଇ ପ୍ରଶାସନ ପ୍ରସ୍ତୁତି କରିଛି ।

ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ 5 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏ ନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ଗୋଷ୍ଠୀର ସମିତି ସଭ୍ୟ ସୁରକ୍ଷା ମାଗିବା ପ୍ରସଙ୍ଗରେ ବି ଗୁରୁତ୍ୱ ଦିଆଯାଇଛି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀମାନେ ସେଠାକୁ ଯିବେ ବୋଲି ଏସପି କହିଛନ୍ତି ।
ଗତ ଅଗଷ୍ଟ 31 ତାରିଖରେ ପ୍ରବଳ ଗଣ୍ଡଗୋଳ ଓ ହିଂସା ପରେ ନିର୍ବାଚନ ବାତିଲ ହୋଇଥିଲା । ଆଉ ଏବେ ପୁଣି ଥରେ ଉପନିର୍ବାଚନ ହେବାକୁ ଯାଉଛି। । ଆଜି ଦିନ 10 ଟାରୁ 11 ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଏହାପରେ 11 ରୁ 11.30 ମିନିଟ୍ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଦିନ 12 ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି । ଦିନ ସାଢ଼େ 12 ରୁ 2 ଟା ଯାଏଁ ଭୋଟିଂ ପରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।












Click it and Unblock the Notifications