Get Updates
Get notified of breaking news, exclusive insights, and must-see stories!

ବିଜେଡ଼ି ଦୁଇ ଫାଳ ! ହୋଇପାରିଲାନି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଗଞ୍ଜାମ: ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନ ସ୍ଥଗିତ । ଏହାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା । ଉପ ନିର୍ବାଚନ ବାତିଲ ହେବା ନେଇ ସୂଚନା ଆସିବା ପରେ ଉତେଜନା ଦେଖାଦେଇଛି । ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

by election

ବିଜେଡ଼ିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ସପକ୍ଷରେ ଥିବା ବେଳେ ଅପର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସପକ୍ଷରେ ଅଛନ୍ତି । ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଭୋଟ ବାତିଲ ହେବା ପରେ ପରସ୍ପର ଉପରକୁ ଦୋଷାରୋପ କରିଛନ୍ତି ବିଜେଡିର ଦୁଇ ଗୋଷ୍ଠୀ ।

ମୋଟ 25 ଟି ପଞ୍ଚାୟତର 25 ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ଶେଷ ସମୟରେ ଏହିନିର୍ବାଚନକୁ ବନ୍ଦ ରଖାଯାଇଛି ।

ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦ ମିଳିବ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଧାୟକ ଟିକେଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସେମାନେ ବ୍ଲକ ଅଧ୍ୟକ୍ଷ ବ୍ଲକ ହାତେଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି । ବିପିନ ପ୍ରଧାନଙ୍କ ଗୋଷ୍ଠୀରେ ଥିବା 14 ଜଣ ସମିତି ସଭ୍ୟ ତାଙ୍କ ଗାଁ ବୋମୋକାଇରେ ଥିବା ଜଣାପଡ଼ିଛି ।

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ବିନା କୌଣସି ପୂର୍ବ ସୂଚନାରେ ତାହାକୁ ଆଜି ସ୍ଥଗିତ କରି ଦିଆଯାଇଛି । ଫଳରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୁଲିସ୍‌ କର୍ମୀ ମୁତୟନ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+