Get Updates
Get notified of breaking news, exclusive insights, and must-see stories!

ଥମୁନି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, 10 ଛୁଇଁଲାଣି ମୃତ୍ୟୁ ସଂଖ୍ୟା

ରାଉରକେଲା: ଥମୁନି ଝାଡ଼ାବାନ୍ତି ଆତଙ୍କ । ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ଲାଗି ରହିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା 10 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ବନ୍ଧମୁଣ୍ଡା ତିଲକନଗରର ଜଣେ 8 ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ଏହା ପରେ ମୋଟ୍ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଜିଏଚ୍‌ରେ କେବଳ 5 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି ।

diarrhoea

ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ । ତେବେ ପାନପୋଷ ଓ ଛେଣ୍ଡ କଲୋନୀକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୁତାଣୁ ରହିଥିବା ସୂଚନା ମିଳିଛି । ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଣି ପାଇପର ମରାମତି କାର୍ଯ୍ୟ ଜାରି ରହିଛି । ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପାଇପରେ ମୋଟ 51 ଟି ସ୍ଥାନରେ ଲିକେଜ ଚିହ୍ନଟ ହୋଇଛି । ମରାମତି ପାଇଁ 20ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ଏହା ସହ 100 ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି । 6ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+