Get Updates
Get notified of breaking news, exclusive insights, and must-see stories!

ବରଗଡ଼ରେ ଜନ୍ମ ନେଲେ ଶ୍ରୀକୃଷ୍ଣ, କଂସ ମହାରଜ ଅଟ୍ଟହାସ୍ୟରେ କମ୍ପୁଛି ନଗରୀ

ବରଗଡ଼: କାରାଗାରରେ ଜନ୍ମ ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ମହାରାଜଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୋପପୁରକୁ ନିଆଯାଇଛି । ଏହା ସହ କଂସର ଅଟ୍ଟହାସ୍ୟରେ କମ୍ପୁଛି ମଥୁରାନଗରୀ ପାଲଟିଥିବା ବରଗଡ଼ ।

ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇସାରିଛି । ନଗର ଭ୍ରମଣରେ ବାହାରିଛନ୍ତି କଂସ । ଏହା ସହ ପ୍ରଜାଙ୍କ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି ।

Dhanu yatra

ଅନ୍ୟପଟେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କ ଗର୍ଭର ସମସ୍ତ ସନ୍ତାନକୁ କଂସ ହତ୍ୟା କରୁଥିବାରୁ, ଅଷ୍ଟମ ଗର୍ଭର ସନ୍ତାନକୁ ବଞ୍ଚାଇବାକୁ ବାସୁଦେବ ନବଜାତ ଶ୍ରୀକୃଷ୍ଣକୁ ଧରି ଗୋପପୁର ଯାଇଛନ୍ତି । ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଦୃଶ୍ୟ ଅଭିନୀତ ହୋଇଛି । କୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁରର ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ଆଜି ତୃତୀୟ ଦିନରେ ମହାରାଜ କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଗୋପକୁ ଷଡମଲ୍ଲ ଏବଂ ପୁତନାକୁ ପ୍ରେରଣ କରିବାର ଦୃଶ୍ୟ ପରିବେଷଣ କରାଯିବ । 11 ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବାକୁ ଥିବା ବେଳେ ଏହି ଅବସରରେ ମେଳା ଓ ମୀନାବଜାରର ଆସର ଜମିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+