ଧାମରା - ପାରଦ୍ୱୀପ ୨୩୩ କିଲୋମିଟର ଦୀର୍ଘ ଜଳପଥକୁ ଜାତୀୟ ଜଳପଥ ମାନ୍ୟତା

ଓଡିଶାର ଧାମରା - ପାରଦ୍ୱୀପ ଭାୟା ମଙ୍ଗଳାଗଡି ର ପ୍ରାୟ 233 କିଲୋମିଟର ଜଳପଥ ମଧ୍ୟ ସାମିଲ୍ ହୋଇଛି । ଏହି ଜାତୀୟ ଜଳପଥର ଦୈର୍ଘ୍ୟ ୨୩୩ କିଲୋ ମିଟର ରହିଛି, ଯାହା ଓଡିଶାକୁ ନୌପରିବହନ କ୍ଷେତ୍ରରେ ବେଶ୍ ସହାୟକ ହେବ ।

ଭୁବନେଶ୍ୱର: ଦେଶରେ ଆଭ୍ୟନ୍ତରୀଣ ଜଳ ପରିବହନ (ଆଇଡବ୍ଲ୍ୟୁଟି) କୁ ପ୍ରୋତ୍ସାହିତ କରିବା ପାଇଁ , ଜାତୀୟ ଜଳପଥ ଅଧିନିୟମ, ୨୦୧୬ ଅନୁଯାୟୀ ୨୪ ଟି ରାଜ୍ୟରେ ୫ ଟି ପୂର୍ବରୁ ରହିଥିବା ଏବଂ ୧୦୬ ଟି ନୂତନ ଜଳପଥ ସମେତ ୧୧୧ ଟି ଜଳପଥ ଗୁଡିକୁ ଜାତୀୟ ଜଳପଥ ଭାବରେ ଘୋଷିତ କରାଯାଇଛି। ଏହା ମଧ୍ୟରେ ଓଡିଶାର ଧାମରା - ପାରଦ୍ୱୀପ ଭାୟା ମଙ୍ଗଳାଗଡି ର ପ୍ରାୟ 233 କିଲୋମିଟର ଜଳପଥ ମଧ୍ୟ ସାମିଲ୍ ହୋଇଛି ।

water way

ଏହି ଜାତୀୟ ଜଳପଥର ଲମ୍ବ ୨୩୩ କିଲୋ ମିଟର ରହିଛି, ଯାହା ଓଡିଶାକୁ ନୌପରିବହନ କ୍ଷେତ୍ରରେ ବେଶ୍ ସହାୟକ ହେବ । ପର୍ଯ୍ୟାବରଣ ଅନୁକୂଳ ଏବଂ ପରିବହନ ସୁଲଭ ସାଧନ ଭାବରେ ଆଭ୍ୟନ୍ତରୀଣ ଜଳପଥକୁ ପ୍ରୋତ୍ସାହିତ କରିବା ପାଇଁ, ଜାତୀୟ ଜଳପଥରେ ଚାଲୁଥିବା ଜାହାଜ ଗୁଡ଼ିକ ଉପରେ ଆଇଡବ୍ଲ୍ୟୁଏଆଇ ଦ୍ୱାରା ଲଗାଯାଇଥିବା ଜଳପଥ ଉପଯୋଗ ଶୁଳ୍କକୁ ଜୁଲାଇ ୨୦୨୦ ପ୍ରାରମ୍ଭରେ ତିନି ବର୍ଷ ଅବଧି ପାଇଁ ଛାଡ କରି ଦିଆଯାଇଛି ।

୨୦୧୬ ପୂର୍ବରୁ ରହିଥିବା ୫ ଜାତୀୟ ଜଳପଥ ସହିତ, ଆଭ୍ୟନ୍ତରୀଣ ପରିବହନର ପ୍ରୋତ୍ସାହନ ପାଇଁ ୯ ଟି ନୂତନ ଜାତୀୟ ଜଳପଥର ବିକାଶ ସମ୍ପର୍କରେ ତଥ୍ୟ ସଂଲଗ୍ନ -୨ ରେ ବିସ୍ତୃତ ଭାବରେ ଦିଆଯାଇଛି । ୨୬ ଟି ଜାତୀୟ ଜଳପଥ ଗୁଡିକର (ଏନଡବ୍ଲ୍ୟୁ) ତାଲିକା କାର୍ଗୋ / ଯାତ୍ରୀବାହୀ ଜାହାଜ ଚଳାଚଳ ନିମନ୍ତେ ସମ୍ଭବ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+