ଧବଳେଶ୍ୱର ଦର୍ଶନ ପାଇଁ ମିଳିଲା ଅନୁମତି, ମହାନଦୀରେ ଅସ୍ଥାୟୀ ରାସ୍ତା
ଧବଳେଶ୍ୱର ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ମିଳିଲା ଅନୁମତି । ସର୍ବସାଧାରଣଙ୍କ ଦର୍ଶନକୁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଖୋଲିନି ଐତିହାସିକ ଝୁଲା ପୋଲ । ଭକ୍ତଙ୍କ ଯିବା ଆସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।
ଭୁବନେଶ୍ୱର: ଧବଳେଶ୍ୱର ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ମିଳିଲା ଅନୁମତି । ସର୍ବସାଧାରଣଙ୍କ ଦର୍ଶନକୁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଖୋଲିନି ଐତିହାସିକ ଝୁଲା ପୋଲ । ଭକ୍ତଙ୍କ ଯିବା ଆସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଏହି ବାଟ ଦେଇ ଭକ୍ତ ମନ୍ଦିରକୁ ଯାଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ । ଏ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଝୁଲାପୋଲର ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ବାରଣ କରାଯାଇଛି । ଝୁଲାପୋଲର ମରାମତି ପାଇଁ ନଭେମ୍ବର ପହିଲାରୁ ଏହା ଉପର ଦେଇ ଯାତାୟତ ବନ୍ଦ ରହିଛି । ଧବଳେଶ୍ୱର ପୀଠ ଖୋଲିବା ନେଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ଆପଣଙ୍କୁ କହିରଖୁଛୁ ମୋର୍ବିରେ ଝିଲା ପୋଲ ଭୁଷିଡ଼ିବା ପରେ କାର୍ତ୍ତିକ ପୂର୍ଣ୍ଣିମାରେ କୌଣସି ଆଶଙ୍କାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଝୁଲା ପୋଲ ଉପରେ ଯାତାୟତକୁ ବାରଣ କରାଯାଇଥିଲା । ବାବାଙ୍କ ଦର୍ଶ ପାଇଁ ପ୍ରଶାସନ ପକ୍ଷରୁ ଏଲଇଡି ସ୍କ୍ରିନ୍ ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଥିଲା । କିନ୍ତୁ ବର୍ତ୍ତମାନ ସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁ ଖୁସି ବ୍ୟକ୍ତ କରିଛନ୍ତି ।












Click it and Unblock the Notifications