ବଡ଼ଦାଣ୍ଡରେ ଜନସମୁଦ୍ର, ଭକ୍ତଙ୍କ ଲମ୍ବା ଲାଇନ୍ ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ

ପୁରୀ: ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ଼ । ଜନସମୁଦ୍ର ପାଲଟିଛି ଜଗା ଦୁଆର । ମହାପ୍ରଭୁଙ୍କ ଦର୍ଶନ ଲାଗି କାର୍ତ୍ତିକ ମାସ ଶେଷ ସୋମବାରରେ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ରେ ଛିଡ଼ା ହୋଇ ବ୍ୟାରିକେଡ୍ ରେ ଫସି ରହିଛନ୍ତି ଅଗଣିତ ଶ୍ରଦ୍ଧାଳୁ ।

ବିଡ଼ ଭିତରେ ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିଥିବା ଦେଖିବାକୁ ମିଳିଛି । ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

shree mandir

ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ମହଙ୍ଗା ଦରରେ ପାଣି ବୋତଲ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରିଛନ୍ତି ଅସାଧୁ ବ୍ୟବସାୟୀ । ଧାଡି ବାନ୍ଧି ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁ ମନଇଛା ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ଦର ଲଗାଉଛନ୍ତି ।

ସେପଟେ ଆଜି ବଡଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । 32 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି । ବିଶ୍ୱାସ ରହିଛି ଏହି ବେଶରେ ମହାପ୍ରଭୂଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ । ତେଣୁ ଆଜି ଲମ୍ବା ଧାଡିରେ ଛିଡା ହୋଇ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+