Get Updates
Get notified of breaking news, exclusive insights, and must-see stories!

ଶ୍ରୀ ଗୁଣ୍ଡିଚା ଦର୍ଶନ କରି ପାରିବେ ଭକ୍ତ, ରଥଯାତ୍ରାରୁ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀ ଗୁଣ୍ଡିଚା ଦର୍ଶନ କରିପାରିବେ ଭକ୍ତ । ଶ୍ରୀ ମନ୍ଦିର ଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ । ଏଥିପାଇଁ ଭକ୍ତଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାଶ ।

Gundicha temple

ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ବର୍ତ୍ତମାନ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଛି । ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି । ଭକ୍ତ ପ୍ରବେଶ କଲେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରଦ୍ଧାଳୁଙ୍କ ପାଇଁ ଦୀର୍ଘ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଏହା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ବ୍ୟକ୍ତି ପିଛା 20 ଟଙ୍କା ଫି ଦେବାକୁ ପଡୁଥିଲା । ହେଲେ ଏବେ ରଥଯାତ୍ରା ଠାରୁ ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+