Get Updates
Get notified of breaking news, exclusive insights, and must-see stories!

ବଡ଼ ଓଷାରେ ଧବଳେଶ୍ୱରରେ ପ୍ରବଳ ଭିଡ଼, ପୂଜକ-ପ୍ରଶାସନ କଳି ମଧ୍ୟରେ ମୁଖ୍ୟଦ୍ୱାର ଭାଙ୍ଗି ଦର୍ଶ କଲେ ଶ୍ରଦ୍ଧାଳୁ

କଟକ: ବଡ଼ ଓଷାରେ ଧବଳେଶ୍ୱର ମନ୍ଦିରରେ ଲାଗିଛି ପ୍ରବଳ ଭିଡ଼ । କିନ୍ତୁ ପୂଜକ-ପ୍ରଶାସନ ମଧ୍ୟରେ ଲାଗି ରହିଥିବା ତିକ୍ତତା ପାଇଁ ଗତକାଲି ଠାରୁ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ଏହା ପରେ ଆଜି ମୁଖ୍ୟ ଦ୍ୱାର ଭାଙ୍ଗି ଦର୍ଶ କରିଛନ୍ତି ଶ୍ରଦ୍ଧାଳୁ ।

ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବ୍ୟାରିକେଡ୍ କୁ ନେଇ ପୂଜକଙ୍କ ପ୍ରତିବାଦକୁ ମାନିଲେନି ଶ୍ରଦ୍ଧାଳୁ । ଏପରିକି ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ଆଜି ଅସମ୍ଭାଳ ସ୍ଥିତି ଉପୁଜିଛି ।

Dhabaleswar temple

ଗତକାଲି ସେବାୟତ-ପ୍ରଶାସନ ମଧ୍ୟରେ ବ୍ୟାରିକେଡ୍ କୁ ନେଇ କଳି ହେବା ପରେ ଧବଳେଶ୍ୱର ବାବାଙ୍କ ଦୁଆରରେ ତାଲା ପକାଇଥିଲେ ପୂଜକ ।ଶୁକ୍ରବାର ଦିନ ଧବଳେଶ୍ୱରଙ୍କ ରାତି 3ଟାରୁ ନୀତିକାନ୍ତି ସରିଥିଲା । ପରେ ବ୍ୟାରିକେଡରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିଲା । କିନ୍ତୁ ସକାଳ 10 ଟାରେ ହଠାତ୍ ପୂଜକମାନେ ମନ୍ଦିରର ମୁଖ୍ୟ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରି ପାର୍ବତୀ ମନ୍ଦିରରେ ତାଲା ପକାଇ ଧାରଣା ଦେଇଥିଲେ । ପଞ୍ଚୁକରେ ପ୍ରଶାସନ ନୂଆ ପୋଲଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ କରିବା ଫଳରେ ଭକ୍ତମାନେ ପୂଜକଙ୍କୁ ଭୋଗ କି ଦକ୍ଷିଣା ଦେଇପାରୁ ନାହାଁନ୍ତି । ଏପରି ଅଭିଯୋଗ ନେଇ ଧାରଣାରେ ବସିଥିଲେ ପୂଜକ ଗୋଷ୍ଠୀ । ଏହା ପରେ ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଥିଲା ପ୍ରଶାସନ । ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଛିଡ଼ା ହୋଇ ଠାକୁରଙ୍କ ଦର୍ଶନରୁ ଗତକାଲି ବଞ୍ଚିତ ହୋଇଥିଲେ ଭକ୍ତ ।

ତେବେ ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ପୂଜକ ସମିତି ଓ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଥିଲା । ପୂଜକ ସମାଜ ବ୍ୟାରିକେଡ୍ କୁ ଉତ୍ତର ପଟକୁ କରିବା ପାଇଁ ଜିଦ୍ ଧରି ବସିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡରେ କୌଣସି ପରିବର୍ତ୍ତର୍ନ କରିବା ସପକ୍ଷରେ ନାହିଁ । ତେଣୁ ପ୍ରଶାସନ କ'ଣ ନିଷ୍ପତ୍ତି ନେଉଛି, ତା'ଉପରେ ନଜର ରହିଛି । ସେପଟେ ଆଜି ବଡ଼ଓଷା ଥିବାରୁ ପୀଠରେ ଭିଡ଼ ବଢ଼ିବା ନେଇ ଆଶା କରାଯାଉଛି । ତେଣୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+