ମହାପ୍ରଭୁଙ୍କୁ 75 ଲକ୍ଷ ଟଙ୍କାର ସୁନା ଗହଣା ଦାନ ଦେଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ଦୁଇଟି ସୂବର୍ଣ୍ଣ ଚିତା ବା ତିଳକ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଗୁଜୁରାଟ ଅହମ୍ମଦାବାଦର ଚିରାଗ ଚିନୁଭାଇ ପଟେଲ । ଦୁଇଟି ସ୍ୱର୍ଣ୍ଣ ତିଳକର ଓଜନ 1 କେଜି 75 ଗ୍ରାମ । ଏହାର ମୂଲ୍ୟ 75 ଲକ୍ଷ ଟଙ୍କା ହେବ ।

gold ornaments

ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଚିରାଗ । ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ 24 କ୍ୟାରଟ୍ ସୁନାରେ ନିର୍ମାଣ ହୋଇଛି ।

ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହାଦ୍ୱାରା ଅନ୍ୟ ଭକ୍ତମାନେ ଦାନ କରିବା ପାଇଁ ଉତ୍ସାହିତ ହେବେ ବୋଲି ସେବାୟତ।ମାନେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+