ବିଜେପିରେ ସମନ୍ୱୟ ନାହିଁ କହି ବିଜେଡ଼ିରେ ସାମିଲ ହେଲେ ଦେବଗଡ଼ ଜିଲ୍ଲା ସଭାପତି
ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରେ ବଢିଲା ବିଜେଡ଼ିର ଶକ୍ତି । ଦଳରେ ସାମିଲ ହେଲେ ବିଜେପି ନେତା ଓ କର୍ମୀ । ବିଜେପିରେ ଏତେ ଦିନ କାମ କରିବା ପରେ ସମ୍ମାନ ମିଳୁନାହିଁ ଏବଂ ଦଳରେ ସମନ୍ୱୟ ନାହିଁ କହି ଦଳ ଛାଡ଼ି ଶଙ୍ଖ ଧରିଛନ୍ତି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ ।
1990 ମସିହାରୁ ମୀନକେତନ ବିଜେପି ସହ ସାମିଲ ଥିଲେ । ବିଭିନ୍ନ ସମୟରେ ଦଳ ତାଙ୍କୁ ପ୍ରଭାରୀ ଦାୟିତ୍ୱ ମଧ୍ୟ ଦେଇଛି । କିନ୍ତୁ ସେ ବର୍ତ୍ତମାନ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଓଡ଼ିଶା ଲୋକଙ୍କର ଓ ଦେବଗଡ଼ ଲୋକଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି ବୋଲି କହିଛନ୍ତି ମୀନକେତନ ପ୍ରଧାନ । ସେ କହିଛନ୍ତି, ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ, ବିଜେପିରେ ସମନ୍ୱୟର ଅଭାବ ଅଛି । 32 ବର୍ଷ ବିଜେପିରେ ରହିବା ପରେ ମଧ୍ୟ ସେଠି ସମ୍ମାନ ମିଳିଲା ନାହିଁ । ବିଜେପି ଦଳ ମୋତେ ଅଣଦେଖା କରିଛି ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛି ।
ମୀନକେତନଙ୍କକ ବିଜେଡିକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ଥିଲେ ।
ମୀନକେତନ ବିଜେଡିରେ ମିଶିବା ପରେ ବିଜେପି ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛି ।












Click it and Unblock the Notifications