ବାହାରକୁ ଯାଉଥିଲେ ସାବଧାନ ! 28 ତାରିଖରେ 15 ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଶୀତ ଲହରୀ କମିଥିବା ବେଳେ କାୟା ମେଲାଇଛି ଘନ କୁହୁଡ଼ି । ସକାଳୁ ସକାଳୁ ଘନ କୁହୁଡ଼ି ଆବରଣରେ ଲୁଚି ଯାଉଛି ରାସ୍ତାଘାଟ । ଏଥି ମଧ୍ୟରେ 28 ଡିସେମ୍ବର 2023 (ଗୁରୁବାର) ରାଜ୍ୟର 15 ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଘନ କୁହୁଡ଼ି ହେବା ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ଜିଲ୍ଲାପାଳ, ଏସ୍ପିମାନଙ୍କୁ ଚିଠି ଲେଖି ସତର୍କ ସୂଚନା ଦେଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ଅନୁଭୂତ ହେବ ।
ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍ଆରସି ପକ୍ଷରୁ କୁହାଯାଇଛି । ଘନକୁହୁଡ଼ି ସମୟରେ ସଡ଼କଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।












Click it and Unblock the Notifications