Get Updates
Get notified of breaking news, exclusive insights, and must-see stories!

ଆହୁରି ତିନି ଦିନ ଲାଗି ରହିବ କୁହୁଡ଼ି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଥିବା ଥଣ୍ଡା କହର ସାମାନ୍ୟ କମିଥିବା ବେଳେ ଚାରିଆଡ଼େ କୁହୁଡ଼ିର ଆବରଣ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଘନ କୁହୁଡ଼ି ଚାଦରରେ ଘୋଡ଼େଇ ହେଉଛି ପରିବେଶ । ଏହା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ।

ଆଜି ଦକ୍ଷିଣ ଉପକୂଳରେ ମୁଖ୍ୟତଃ ଘନ କୁହୁଡି ଦେଖାଦେଇଛି । ଆସନ୍ତା 2 ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରା ଠାରୁ 2-3 ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ଵରରେ 17.2 ଡିଗ୍ରୀ ଥିଲା ।

weather

ଏହା ସହ ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 2-3 ଡିଗ୍ରୀ ସେଲସିୟସ୍‌ ଅଧିକ ରହିପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, 30 ରୁ ପହିଲା ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି ।

ଥଣ୍ଡା କହର କମିଥିଲେ ମଧ୍ୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ରହିଛି । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି । ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।

ଅପରପକ୍ଷରେ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍‌ ଆକଳନ ଅନୁସାରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ଗତି ପଶ୍ଚିମ ଦିଗରେ ରହିପାରେ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିନପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+