କମିଛି ଶୀତ, ବଢିଛି ଘନ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତ ଲହରୀ । ରାତିର ତାପମାତ୍ରା ପୂର୍ବାପେକ୍ଷା ବଢିଛି । କିନ୍ତୁ ଘନ କୁହୁଡି ଆବରଣ ଢାଙ୍କି ହୋଇ ରହୁଛି ଆକାଶ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏପରିକି ରାତିର ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ । ତେବେ ରାଜ୍ୟରେ 11 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ିର ଆବରଣ ଦେଖିବାକୁ ମିଳିବ । ଏ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

9 ତାରିଖରେ ଉପକୂଳ ଓଡିଶା ସମେତ, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କୋରାପୁଟ, ରାୟଗଡା, ଅନୁଗୁଳ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ଏବଂ 10 ତାରିଖରେ ଉପକୂଳ ଓ ଦକ୍ଷିଣ ଓଡିଶାର ସମେତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । କେତେକ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଦୁଇ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି । ତେବେ ଜି.ଉଦୟଗିରିରେ ରାଜ୍ୟର ତାପମାତ୍ରା 7.5 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, କୋରାପୁଟରେ 8.3 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡିରେ, 9.5 , ପୁଲବାଣୀରେ 10, କିରେଇରେ 11.4, ସେମିଳିଗୁଡାରେ 11.5 ଡିଗ୍ରୀ ରେକର୍ଡ କରାଯାଇଥିଲା ।
ପାଣିପାଗ କେନ୍ଦ୍ର ର ସୂଚନା ଅନୂଯାୟୀ, ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା ସ୍ବାଭାବିକ ଠାରୁ 2-4 ଡିଗ୍ରୀ ଅଧିକ ରହିବ ।












Click it and Unblock the Notifications