ଘନ କୁହୁଡ଼ି ବଳୟରେ ରାସ୍ତାଘାଟ, 22 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ସକାଳୁ ସକାଳୁ ଘନ କୁହୁଡ଼ି । କୁହୁଡ଼ି ଆବରଣରେ ଢାଙ୍କି ହୋଇଛି ରାସ୍ତା ଘାଟ । ଏମିତିକି 50 ମିଟର ଆଗକୁ ଦେଖିବା ସମ୍ଭବପର ହେଉନାହିଁ ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି କୁହୁଡ଼ିର ଆବରଣ । କଟକରେ ବି ଅବସ୍ଥା ସମାନ । ଆଜି 22 ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି କରିଥିଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।

ସେହିପରି ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଥିଲା । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।
ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏପରିକି ରାତିର ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ । ତେବେ ରାଜ୍ୟରେ 11 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ିର ଆବରଣ ଦେଖିବାକୁ ମିଳିବ । ଏ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । କେତେକ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଦୁଇ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ର ର ସୂଚନା ଅନୂଯାୟୀ, ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା ସ୍ବାଭାବିକ ଠାରୁ 2-4 ଡିଗ୍ରୀ ଅଧିକ ରହିବ ।












Click it and Unblock the Notifications