Get Updates
Get notified of breaking news, exclusive insights, and must-see stories!

ଘନ କୁହୁଡ଼ି ଆବରଣରେ ରାସ୍ତାଘାଟ, ଗାଡ଼ି ଚଳାଚଳରେ ଉପୁଜୁଛି ସମସ୍ୟା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଶୀତ ଲହରୀ କମୁଛି । କିନ୍ତୁ କାୟା ମେଲାଇଛି ଘନ କୁହୁଡ଼ି । ସକାଳୁ ସକାଳୁ ଘନ କୁହୁଡ଼ି ଆବରଣରେ ଲୁଚି ଯାଉଛି ରାସ୍ତାଘାଟ । ଫଳରେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି ।

ଗତକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା ।

Fog

ଏଥି ସହ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି । କୁହୁଡି ଲାଗି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ବମ୍ବେ-କଲିକତା ଏବଂ 220 ନମ୍ବର ରାଞ୍ଚି-ବିଜୟଓ୍ୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳାରେ ସମସ୍ୟା ଦେଖା ଦେଇଛି । ସବୁ ଗାଡି ଲାଇଟ୍‌ ଲଗାଇ ଯାଉଥିବା ବେଳେ କିଛି ଗାଡି ରାଜପଥ କଡ଼ରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।

ଏହା ସହ ଦକ୍ଷିଣ ଓଡ଼ିଶାର କୋରାପୁଟ ସବୁଠାରୁ ଥଣ୍ଡା ସହର ରହିଛି । କୋରାପୁଟରେ 7.1 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବାଦ୍ ସେମିଳିଗୁଡ଼ାରେ 8.3 ଡିଗ୍ରୀ, ଜି ଉଦୟଗିରିରେ 9 ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ 9.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି ।

ସେହିପରି ଆଗାମୀ ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+