Dengue: ଆତଙ୍କ ଖେଳାଇଛି ଡେଙ୍ଗୁ, ପ୍ରତିଦିନ ବାହାରୁଛନ୍ତି 100 ରୋଗୀ
Dengue: ବୋଲ ମାନୁନି ଡେଙ୍ଗୁ । ସାରା ରାଜ୍ୟରେ ଅଣାୟତ ହେବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଟ୍ୱିନ୍ ସିଟି ସମେତ ରାଜ୍ୟର 30 ଜିଲ୍ଲାକୁ ବ୍ୟାପିସାରିଛି ଡେଙ୍ଗୁ । ଏ ବର୍ଷ ବର୍ତ୍ତମାନ ସୁଦ୍ଧା 3 ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ଏହକୁ ନେଇ କେବଳ ଲୋକ ନୁହଁ ପ୍ରଶାସନକୁ ମଧ୍ୟ ଚିନ୍ତା ଘାରିଛି ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ହୋଇଛି । ଯେଉଁ ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷ 50 ଟପି ନ ଥିଲା ଚଳିତବର୍ଷ ସେସବୁ ଜିଲ୍ଲାରେ 300 ଟପିଲାଣି । ବିଶେଷକରି ରାଜ୍ୟରେ ବର୍ତ୍ତମାନସୁଦ୍ଧା ଯେତିକି ରୋଗୀଙ୍କୁ ଚିହ୍ନଟ କରାଯାଇଛି ତାହାର କେବଳ 82 % ଆକ୍ରାନ୍ତ କେବଳ 6 ଟି ଜିଲ୍ଲାରୁ ଅଛନ୍ତି । ଏହା ସହ ଆହୁରି ମାସେ ଧରି ଡେଙ୍ଗୁର ପ୍ରଭାବ ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏ ଦୃଷ୍ଟିରୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କଠାରୁ ବଳିଯିବ ବୋଲି ଆଶଙ୍କା କରାଯାଉଛି ।
ସମସ୍ତ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଡେଙ୍ଗୁର ହଟ୍ସ୍ପଟ୍ ପାଲଟିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଧା ଜିଲ୍ଲାରୁ ମୋଟ୍ 1445 ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏଥିରୁ ଅଧିକାଂଶ ଭୁବନେଶ୍ୱରରୁ ଚିହ୍ନଟ ହୋଇଛି । ଏହାବାଦ୍ ପୁରୀରୁ 394, କଟକରୁ 353, ବାଲେଶ୍ବରରୁ 318, ଜଗତସିଂହପୁରରୁ 197, ନୟାଗଡ଼ରୁ 135, ସୁନ୍ଦରଗଡ଼ରୁ 93, କେନ୍ଦୁଝରରୁ 90 ଆକ୍ରାନ୍ତ ବାହାରିଛନ୍ତି । ପ୍ରତିଦିନ ରାଜ୍ୟରେ ପ୍ରାୟ 100 ରୋଗୀ ଚିହ୍ନଟ ହେଉଛନ୍ତି । ଗତବର୍ଷ ଏହି ସମୟରେ ରାଜ୍ୟରେ ମୋଟ୍ 2178 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।
ଅପରପକ୍ଷରେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା 50 ହଜାର ପାର୍ କରିଛି । ଡେଙ୍ଗୁ ପରୀକ୍ଷା ପାଇଁ 30 ଜିଲ୍ଲାରେ 40 ଟି କେନ୍ଦ୍ର ଖୋଲାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।
ସେପଟେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 'ଘର ଘର ସମ୍ପର୍କ ଅଭିଯାନ' ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନକୁ ମଧ୍ୟ ନଷ୍ଟ କରି ଦିଆଯାଉଛି ।
ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିଶେଧକମୂଳକ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସତ୍ତ୍ୱେ ବି ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି । ତେବେ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏହା ପ୍ରକୋପ ଧିରେ ଧିରେ କମ୍ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications