Get Updates
Get notified of breaking news, exclusive insights, and must-see stories!

Dengue: ରାଜ୍ୟରେ ସଙ୍ଗୀନ ହେଉଛି ଡେଙ୍ଗୁ ସ୍ଥିତି, ଚିହ୍ନଟ ହେଲା 2 ନୂଆ ପ୍ରକାର ଭୂତାଣୁ

Dengue: ସାରା ରାଜ୍ୟରେ ଡେଙ୍ଗୁ ଆତଙ୍କ । ସଙ୍ଗୀନ ହେବାରେ ଲାଗିଛି ସ୍ଥିତି । ଅଣାୟତ ଭାବେ ବଢିଚାଲିଛି ଡେଙ୍ଗୁ ସଂକ୍ରମଣ । ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର 30 ଜିଲ୍ଲାକୁ ଛୁଇଁ ସାରିଛି ଡେଙ୍ଗୁ ସଂକ୍ରମଣ ।

ବର୍ତ୍ତମାନ୍ ରାଜ୍ୟରେ ଡେଙ୍ଗୁ ସ୍ଥିତି ପିକ୍ ପିରିୟଡ଼ରେ ରହିଛି । ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ଅଗଷ୍ଟ 23 ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା 2700 ପାର କରିସାରିଛି । ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍‌ ପାଲିଟିଛି । ଖୋର୍ଦ୍ଧାରୁ ସର୍ବାଧିକ 1349 ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

dengue

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରରେ ଆଉ 2 ଟି ଡେଙ୍ଗୁ ଟେଷ୍ଟିଂ ଲ୍ୟାବ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ବିଏମସି । ଏହାରି ଭିତରେ ଏକ ବଡ଼ ଖବର ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେରୋସର୍ଭିଲାନ୍ସରେ ଡେଙ୍ଗୁର 4 ପ୍ରକାର ଭୂତାଣୁ ସାଧାରଣତଃ ଦେଖିବାକୁ ମିଳିଥାଏ । ଏବେ ରାଜ୍ୟର 70 ପ୍ରତିଶତ ନମୁନାରେ ଡେଙ୍ଗୁ -2 (ଡିଇଏନ୍‌ଭି-2) ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେହିପରି 28 ପ୍ରତିଶତ ନମୁନାରେ ଡେଙ୍ଗୁ-1,ଗୋଟିଏ ନମୁନାରେ ଡେଙ୍ଗୁ-3 ଓ ଦୁଇଟି ନମୁନାରେ କୋ-ଇନ୍ଫେକ୍ସନ ଚିହ୍ନଟ ହୋଇଛି । ତେବେ କେଉଁ ଭାରିଆଣ୍ଟ ଭୂତାଣୁ ରୋଗୀଙ୍କୁ ଅଧିକ ଗୁରୁତର କରୁଛି, ତାହା ଜାଣିବା ଲାଗି ଆରଏମଆରସି ପକ୍ଷରୁ ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ନମୁନାର ସିରୋଟାଇପିଂ କରାଯାଉଛି ।

କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେ ଡେଙ୍ଗୁ ଟେଷ୍ଟିଂ କରାଯିବ । ଡେଙ୍ଗୁ 4 ପ୍ରକାରର ରହିଥିବା ବେଳେ ଏବେ ଟାଇପ-2 ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୂନା ସିକ୍ୟୁଏନସିଂ ହୋଇଛି । 70 ପ୍ରତିଶତ ନମୂନା ଡେଙ୍ଗୁ ଟାଇପ୍-2 ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆରଏମଆସି ନିର୍ଦ୍ଦେଶିକା ।
ଗତବର୍ଷ ତୁଳନାରେ ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଖୋର୍ଦ୍ଧା ଜିଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଏବେ ସୁଦ୍ଧା 1349 ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଗତସିଂହପୁରରୁ 164 ଡେଙ୍ଗୁ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 199 ଓ ପୁରୀରୁ 282 ଓ ବାଲେଶ୍ୱରରୁ 294 ରୋଗୀ ଚିହ୍ନଟ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+