Dengue: ରାଜ୍ୟରେ ପିକ୍ ପିରିୟଡ଼ରେ ଡେଙ୍ଗୁ, ଖୋର୍ଦ୍ଧାରୁ ସର୍ବାଧିକ ରୋଗୀ ଚିହ୍ନଟ
Dengue: ସାରା ରାଜ୍ୟରେ ମାତିଛି ଡେଙ୍ଗୁ ଆତଙ୍କ । ଅଣାୟତ ଭାବେ ବଢିଚାଲିଛି ଡେଙ୍ଗୁ ସଂକ୍ରମଣ । ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର 30 ଜିଲ୍ଲାକୁ ଛୁଇଁ ସାରିଛି ଡେଙ୍ଗୁ ସଂକ୍ରମଣ ।
ବର୍ତ୍ତମାନ୍ ରାଜ୍ୟରେ ଡେଙ୍ଗୁ ସ୍ଥିତି ପିକ୍ ପିରିୟଡ଼ରେ ରହିଛି । ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ଅଗଷ୍ଟ 23 ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା 2700 ପାରକରିସାରିଛି । ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍ ପାଲିଟିଛି । ଖୋର୍ଦ୍ଧାରୁ ସର୍ବାଧିକ 1332 ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଗତବର୍ଷ ତୁଳନାରେ ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ଡେଙ୍ଗୁ ପରୀକ୍ଷା କରାଯିବ ।
ଆସନ୍ତା 2 ରୁ 3 ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେ ଉପଲବ୍ଧ ହେବ ଏହି ଟେଷ୍ଟ । ଡେଙ୍ଗୁ 4 ପ୍ରକାରର ରହିଥିବା ବେଳେ ଏବେ ଟାଇପ-2 ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୂନା ସିକ୍ୟୁଏନସିଂ ହୋଇଛି । 70 ପ୍ରତିଶତ ନମୂନା ଡେଙ୍ଗୁ ଟାଇପ୍-2 ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆରଏମଆସି ନିର୍ଦ୍ଦେଶିକା ।
ଖୋର୍ଦ୍ଧା ଜିଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଏବେ ସୁଦ୍ଧା 1332 ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ନୟାପଲ୍ଳୀ ଅଞ୍ଚଳରୁ 111 ଜଣ, ଆଚାର୍ଯ୍ୟ ବିହାରରୁ 105 ଜଣ, ଜୟଦେବ ବିହାରରୁ 66 ଜଣ, ୟୁନିଟ୍ -9ରୁ 59 ଜଣ, ସହିଦ ନଗରରୁ 56 ଜଣ, ୟୁନିଟ୍ 4 ରୁ 50 ଜଣ ଓ ସତ୍ୟନଗରରୁ 49 ଜଣ ଚିହ୍ନଟ ହୋଇଛନ୍ତି ।
ସେହିପିରି ପୁରୀରୁ 270 ଜଣ, ବାଲେଶ୍ୱରରୁ 248, କଟକରୁ 173 ଜଣ ଓ ଜଗତସିଂହପୁରରୁ 156 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ 600 ରୁ 800 ରକ୍ତ ନମୂନା ପରୀକ୍ଷା କରାଯାଉଥିବାବେଳେ ସେଥିରୁ 70 ରୁ 80 ପିଜିଟିଭ ଚିହ୍ନଟ ହେଉଛନ୍ତି ।
ଗତବର୍ଷ ଅଗଷ୍ଟ ମାସ 23 ତାରିଖ ସୁଦ୍ଧା ରାଜ୍ୟରେ 1846 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ 50 ପ୍ରତିଶତ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ଡେଙ୍ଗୁ ସ୍ଥିତି ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଏହାସହ ସିଏଚସି ଗୁଡ଼ିକରେ 10 ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications