ଥମୁନି ଡେଙ୍ଗୁ ଆତଙ୍କ, ରାଜଧାନୀରେ ଆଉ 86 ରୋଗୀ ଚିହ୍ନଟ
Dengue In Odisha: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ 86 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ଟପିଛି ।

ଗତମାସରେ 19 ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୨୧ ତାରିଖ ସୁଧା ଆକ୍ରାନ୍ତଙ୍କ ସଂଖ୍ୟା 26ଶହରେ ପହଞ୍ଚି ଯାଇଛି । କେବଳ ସହିଦନଗରୁ 250 ଚିହ୍ନଟ ହେଲେଣି ।
ଗତକାଲି କ୍ୟାପିଟାଲ ହସ୍ପିଟାଲରେ ନୂଆପଲ୍ଲୀ ୟୁପିଏଚସିରୁ ଏବଂ ପଟିଆରୁ ମୋଟ 526 ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ 86 ଜଣଙ୍କର ପଜିଟିଭ ଆସିଛି । ଫଳରେ ରାଜଧାନୀରେ ଡେଙ୍ଗୁର ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ସେପ୍ଟେମ୍ବର 18 ରେ 148 ରୋଗୀ ଚିହ୍ନଟ ହୋଇଥିଲେ ।












Click it and Unblock the Notifications