Dengue: ରାଜ୍ୟରେ 3 ହଜାର ପାର୍ ଡେଙ୍ଗୁ ରୋଗୀ, ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ୍
Dengue: ରାଜ୍ୟରେ ଅଣାୟତ ଡେଙ୍ଗୁ । ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଏହି ସମୟରେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟା 3 ହଜାର ପାର୍ ହୋଇଛି । ଏହା ପରେ ଉଭୟ ପ୍ରଶାସନ ଓ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି ।
ରିପୋର୍ଟ ଅନୁସାରେ, ଅଗଷ୍ଟ 27 ସୁଦ୍ଧା ରାଜ୍ୟରେ ମୋଟ 3069 ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟେଷ୍ଟ୍ କରାଇଥିବା 46 ହଜାର 491 ଜଣଙ୍କ ମଧ୍ୟରୁ 3069 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ମୋଟ୍ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ 1409 ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 324 ଜଣ, କଟକରୁ 278, ବାଲେଶ୍ୱରରୁ 277, ଜଗତସିଂହପୁରରୁ 173 ଓ ନୟାଗଡ଼ରୁ 116 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ହଟସ୍ପଟ୍ ପାଲଟିଛି ଭୁବନେଶ୍ୱର । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର ।
ଡେଙ୍ଗୁରେ ଅତିବେଶୀରେ ମାତ୍ର 5 % ଲୋକ ଗୁରୁତର ହେଉଛନ୍ତି । ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ଭିଡ଼ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ 4ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଡେଙ୍ଗୁ ରୋଗୀଙ୍କ ପାଇଁ 10ଟି ଲେଖାଏଁ ସ୍ଵତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଥିଲା । ଏହା ପରେ ସେଠାରେ ଡେଙ୍ଗୁ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବା କେନ୍ଦ୍ର କରାଯାଇଛି । ଅଧିକ ମ୍ୟାନ୍ ପାୱାର ମଧ୍ୟ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଏହା ପରେ ଆଜିଠାରୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଲୋକମାନେ ଗୋଟିଏ ଜାଗାରେ ଗହଳି ନ କରି ଏହି ହସ୍ପିଟାଲ୍କୁ ଯିବାକୁ ଅନୁରୋଧ କରିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।
ସୂଚନାଥାଉକି, ଭୁବନେଶ୍ୱର ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ସହ ନିୟମ କଡ଼ାକଡ଼ି କରିଛି ବିଏମସି । ରାସ୍ତାଘାଟ, ନାଳ ନର୍ଦ୍ଦମା ସପା କରିବା ସହ ସ୍ପେଶାଲ୍ ଡ୍ରାଇଭ୍ ଚଲାଇଛି ବିଏମସି । ତଥାପି ଡେଙ୍ଗୁ ସଂକ୍ରମଣ ଥମିବାର ନାଁ ନେଉନାହିଁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications