Get Updates
Get notified of breaking news, exclusive insights, and must-see stories!

ଚିନ୍ତା ବଢାଉଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ରାଜଧାନୀ

ଭୁବନେଶ୍ୱର : ଡରାଉଛି ଡେଙ୍ଗୁ । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ ରୋଗ । ଟ୍ୱିନ୍ ସିଟି ସମେତ ଅନ୍ୟ କେତେକ ଅଞ୍ଚଳରେ ବି ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୋଟିଏ ପଟେ ଜନ ସଚେତନତା ଅନ୍ୟପଟେ ନିରାକରଣ ବ୍ୟବସ୍ଥା ସହ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ସହ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ଚାଲିଛି । ତଥାପି ରାଜଧାନୀ ଭୁବନେଶ୍ୱରରେ ଅଣାୟତ ଡେଙ୍ଗୁ ସ୍ଥିତି । ଏଯାଏଁ ଡେଙ୍ଗୁରେ ଦେଢଶହ ଜଣ ଆକ୍ରାନ୍ତ ହେଲେଣି ।

Dengue

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବେଶୀ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର ୟୁନିଟ-3 ସ୍ଥିତ ରାଜ୍ୟ ହାଉସିଂ ବୋର୍ଡ ଅଫିସର ପାର୍କିଂ ସ୍ଥଳ । 7 ଦିନରୁ ଅଧିକ ସମୟ ଧରି ଜମା ହୋଇଥିବା ବର୍ଷା ଜଳରେ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

ଏହା ବ୍ୟତୀତ ରାଜଧାନୀର ଭିଭିଆଇପି ଅଞ୍ଚଳ ନୟାପଲ୍ଲୀର ଆଇଆରସି ଭିଲେଜ, ସାଲିଆସାହି ବସ୍ତି, ପୋଖରୀପୁଟ, ୟୁନିଟ -9, ୟୁନିଟ-3 ଓ ଜୟଦେବ ବିହାର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଲୋକଙ୍କୁ ସଚେତନ କରିବା ସହ ପ୍ରତି ଗୁରୁବାର ଓ ଶନିବାର ଡ୍ରାଏ ଡେ ପାଳନ କରୁଛି ବିଏମସି । ହେଲେ କମିବାର ନାଁ ନେଉନି ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀରେ ଏଯାଏଁ 148 ଜଣ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି ।

ସେହିପରି କଟକରେ ବି ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଘରକୁ ଘର ବୁଲି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଲିଫଲେଟ ଦେଇ ଲୋକଙ୍କୁ ଡେଙ୍ଗୁ ସଂପର୍କରେ ବୁଝାଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଡେଙ୍ଗୁ ହଟସ୍ପଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏସସିବି ମେଡିକାଲରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଥିବା ବେଳେ 80 ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ସେପଟେ ବ୍ରହ୍ମପୁରରେ ସ୍ଥିତି ବିଗିଡିବାକୁ ବସିଲାଣି । ସହରର ଅନେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହେଉନଥିବାରୁ ଡେଙ୍ଗୁ ଭୟ ଦେଖାଦେଲାଣି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+