ଭୁବନେଶ୍ୱରରେ ଦିଲ୍ଲୀ ପୋଲିସ୍, ସାଇବର କ୍ରାଇମ୍ ଅଭିଯୋଗରେ ଯୁବକଙ୍କୁ ଉଠାଇ ନେଲା
ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଦିଲ୍ଲୀ ପୋଲିସ୍ ର ଚଢାଉ । ସାଇବର କ୍ରାଇମ୍ ଅଭିଯୋଗରେ ରାତି ଅଧରେ ଜଣେ ଯୁବକଙ୍କୁ ଉଠାଇ ନେଇଛି ପୋଲିସ୍ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ ସାଇବର କ୍ରାଇମ୍ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ରାଜ୍ୟ ବାହାରର ଯୁବତୀଙ୍କୁ ଟାର୍ଗେଟ କରୁଥିଲେ ଯୁବକ । ସୁବିଧା ସୁଯୋଗ ଦେଖି ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ, ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ । ଏହାପରେ ଆରମ୍ଭ ହେଉଥିଲା ବ୍ଲାକ୍ ମେଲ୍ । ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ । ଏମିତି କରି ସେ ପ୍ରାୟ 5 କୋଟି ଟଙ୍କା ଲୁଟିଥିବା ଜଣାପଡ଼ିଛି ।
ଅଭିଯୁକ୍ତ ଯୁବକଜଣକ ହେଉଛନ୍ତି ସୌରଭ ଦେହୁରୀ । ସୌରଭ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ ଆଇଟି ଅଫିସ ଚଳାଉଥିଲେ । ଲକ୍ଷ୍ମୀସାଗରର ଏକ ଆପାର୍ଟମେଣ୍ଟରେ ସେ ନିଜର କିଛି ସାଙ୍ଗଙ୍କ ସହ ରହୁଥିଲେ ।
ଦିଲ୍ଲୀ ପୋଲିସ୍ ଏହି ମାମଲାର ତଦନ୍ତ କରି ଓଡ଼ିଶାରେ ଏହାର ଲିଙ୍କ ଥିବା ଜାଣିବାକୁ ପାଇଥିଲା । ଏହାପରେ ସୌରଭଙ୍କ IP Address ଟ୍ରାକ୍ କରି ଦିଲ୍ଲୀ ପୁଲିସ୍ ଭୁବନେଶ୍ୱରରେ ପହଞ୍ଚିଥିଲା । ଏହାପରେ ଗତ ରାତିରେ ଲକ୍ଷ୍ମୀ ସାଗର ଥାନା ପୁଲିସ୍ ସହାୟତାରେ ସୌରଭ ରହୁଥିବା ଆପାର୍ଟମେଣ୍ଟରେ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ୍ । ସୌରଭଙ୍କ ନିକଟରୁ ବହୁ ଲାପଟପ, ମୋବାଇଲ, ସିମକାର୍ଡ , ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ ହୋଇଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀ ନିଆଯିବ ବୋଲି ଜଣାଯାଇଛି ।












Click it and Unblock the Notifications