ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ନିଆଁ, ହୁତୁ ହୁତୁ ହୋଇ ଜଳୁଛି ବଗି
ନୂଆଦିଲ୍ଲୀ: ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଲାଗିଲା ନିଆଁ । ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସର ବଗିରେ ହୋଇଛି ଅଗ୍ନିକାଣ୍ଡ । ନିଆଁ ତିନୋଟି ବଗି ହୁତୁ ହୁତୁ ହୋଇ ଜଳିଯାଇଛି । ନିଆଁ ଲାଗିବା ଦେଖି ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ ଯାତ୍ରୀ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ସରାଇ ଭୁପାଟ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ । ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଧୂଆଁ ବିଷୟରେ ସୂଚନା ଦେଇ ଟ୍ରେନ୍ ଅଟକାଇଥିଲେ । ଏହାପରେ ଯାତ୍ରୀମାନଙ୍କୁ ସ୍ଲିପର କୋଚରୁ ବାହାରକୁ ନିଆଯାଇଥିଲା ।












Click it and Unblock the Notifications