ଶ୍ରୀମନ୍ଦିରକୁ ଚିରା ଫଟା ପୋଷାକ ମନା, ନିୟମ ଲାଗୁ ଆଗରୁ ପ୍ରଶାସନର କଡ଼ା ଆଭିମୁଖ୍ୟ

ପୁରୀ: ଶ୍ରୀମନ୍ଦିର ଭିତରକୁ ଚିରା ଫଟା ପୋଷାକଧାରୀଙ୍କୁ ମିଳିବନି ଅନୁମତି । ନୂଆ ବର୍ଷରୁ ଏ ନେଇ ନିୟମ କଡ଼ାକଡ଼ି ହେବା ପୂର୍ବରୁ କଡ଼ା ଆଭିମୁଖ୍ୟ ଆପଣେଇଛି ପ୍ରଶାସନ । ଏବେ ଠାରୁ ଚିରା ଫଟା କିମ୍ବା ଶାଳୀନତା ନଥିବା ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପଥରେ ଅଟକାଇଛନ୍ତି ସେବାୟତ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏପରିକି ନିଜର ସଂସ୍କୃତିକୁ ଅପଭ୍ରଂଶ ନ କରିବା ପାଇଁ କୁହାଯାଇଛି ।

shreemandir

ଏ ନେଇ ନୂଆ ବର୍ଷ ଠାରୁ କଡ଼ାକଡ଼ି ଭାବେ ନିୟମ ଲାଗୁ ହେବ । ଏହା ପୂର୍ବରୁ ବର୍ତ୍ତମାନ ଭକ୍ତମାନଙ୍କୁ ସଚେତନ କରାଯାଉଛି । ଏହାର ଝଲକ ଆଜି ଶ୍ରୀମନ୍ଦିର ଆଗରେ ଦେଖିବାକୁ ମିଳିଛି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନିଜର ସଂସ୍କୃତିକୁ ଅପଭ୍ରଂଶ ନ କରିବାକୁ କହିଥିଲେ ।

ସେବାୟତଙ୍କ କଥା ମାନି ଭକ୍ତ ମଧ୍ୟ ଉପଯୁକ୍ତ ପୋଷାକ ପରିଧାନ କରୁଥିବାର ଦେଖିବାକୁ ମିଳିଛି । ଏପରିକି କିଛି ଭକ୍ତ ନିକଟସ୍ଥ ଦୋକାନରୁ ନୂଆ ଡ୍ରେସ କିଣି ପିନ୍ଧିବା ସହ ପାରମ୍ପରିକ ପୋଷାକ ଧୋତି ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ ।

ଏା ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବା ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖାଯାଇଥିଲା । ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା ପାଇଁ ଚିଠିରେ ଉଲ୍ଲେଖ ରହିଥିଲା । ମହିଳା ଭକ୍ତମାନଙ୍କୁ ଶାଢ଼ୀ, ଶାଲୱାର୍ କମିଜ୍‌ ପିନ୍ଧିବାକୁ ଚିଠିରେ ଉଲ୍ଲେଖ ।
ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+