ଶିମିଳିପାଳରେ ମହାବଳର ମୃତ୍ୟୁ, ପାଟ୍ରୋଲିଂ ବେଳେ ଦେଖିଲେ ବନ କର୍ମଚାରୀ
ବାରିପଦା: ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟର ନଅଁଣା ରେଞ୍ଜ ଅଧିନସ୍ଥ ଦୁଦୁରୁଚମ୍ପା ଠାରେ ମିଳିଛି ମହାବଳ ବାଘର ମୃତଦେହ । ପାଟ୍ରୋଲିଂ ସମୟରେ ବାଘର ମୃତଦେହ ଠାବ କରିଛନ୍ତି ବନ କର୍ମଚାରୀ । ମୃତ ବାଘର ବୟସ 3-4 ବର୍ଷ ହେବା ନେଇ ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ହିଁ ଜଣାପଡିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି ।

ସୂଚନା ଅନୁସାରେ, ଗତ ଫେବୃଆରୀ 5 ତାରିଖ ଦିନ ପାଟ୍ରୋଲିଂ କରୁଥବା ବେଳେ ଦୁଦୁରୁଚମ୍ପା ନାଳ ନିକଟରେ ଏକ ମହାବାଳ ବାଘର ମୃତଦେହ ଦେଖିଥିଲେ ବନ କର୍ମଚାରୀ । ବାଘରେ ଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ଏଯାବତ୍ ଜଣାପଡିନାହିଁ । ଅଧିକ ତଥ୍ୟ ପାଇଁ ବାଘର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ବାଘର ହାଡ ଭିସେରା ଲ୍ୟାବ୍ କୁ ପଠାଯାଇଛି । ରିପୋର୍ଟ ଆସିଲେ ବାଘ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଅଭୟାରଣ୍ୟ ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ ।
ଗତ 8 ବର୍ଷରେ ରାଜ୍ୟରେ 48ଟି କଲରାପତରିଆ, 7ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଶିମିଳିପାଳ ରେ ଶେଷ ଗଣନା ଅନୁଯାୟୀ 28 ଟି ବାଘ ଥିବା ବେଳେ ବିରଳ ମେଲାନେଷ୍ଟିକ ପ୍ରଜାତିର କଳା ବାଘ ମଧ୍ୟ ଦେଖିବାକୁ ମିଳିଥାନ୍ତି ।












Click it and Unblock the Notifications