ନଦୀରେ ଭାସୁଛି କୁଢ କୁଢ ରୋହି, ଭାକୁର, ବାଳିଆ...
ପାରାଦ୍ୱୀପ: ନଦୀରେ ଭାସୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ୍ ମାଛ । ହେଲେ କେହି ଜଣେ ବି ହାତ ମାରୁ ନାହାଁନ୍ତି । ଲୋକ ଦେଖିବା ବେଳକୁ ଭାସୁଥିବା ମାଛ ସବୁ ମଲା ମାଛ ।
ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛି କୁଢ କୁଢ ମଲା ରୋହି, ଭାକୁର,ବାଳିଆ । ନଦୀରେ ଯେମିତି ମାଛ ମଡକ ପଡିଛି ସବୁ ମଲା ମାଛ ।

ଦୁଇ ଦିନ ହେଲା ନଦୀରେ ଭାସୁଛି ମଲା ମାଛ । ସୋମବାର ଅଳ୍ପମାଛ ମରି ଭାସୁଥିଲା । ମଙ୍ଗଳବାର ଦିନ 6 ରୁ 7 କ୍ୱିଣ୍ଟାଲ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।
ଦୁଇ ଦିନ ଧରି ଏତେ ମାଛ ମରି ଭାସୁଥିବାରୁ ସେଗୁଡ଼ିକ ପଚି ଦୁର୍ଗନ୍ଧ ହେଉଛି । ତେବେ ଏତେ ସଂଖ୍ୟକ ମାଛ କାହିଁକି ମରିଛନ୍ତି ତାହା ଜଣାପଡିନାହିଁ । ତେବେ ଏହି ନଦୀରେ ମାଛ ମଡକ ପଡିବା ନୂଆ ନୁହେଁ । ଗତ ବର୍ଷ ମଧ୍ୟ ଏମିତି ମାଛମଡକ ପଡିଥିଲା । ଶୁଖୁଆଖଳାର କେମିକାଲ ଯୁକ୍ତ ପାଣି, ତାରେଣିଗଡାର ଡ୍ରେନ ପାଣି ଏହି ନଦୀ ଦେଇ ନିଷ୍କାସନ ହୋଇଥାଏ । ଏହି ପାଣିର ପ୍ରଭାବରେ ମାଡ ମଡକ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।












Click it and Unblock the Notifications