ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ଶେଷକୃତ୍ୟ ପାଇଁ ନିଆଯିବ ଜନ୍ମମାଟି
ତାମିଲନାଡ଼ୁ କୁନ୍ନୁରରେ ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
ଭୁବନେଶ୍ୱର : ତାମିଲନାଡ଼ୁ କୁନ୍ନୁରରେ ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ରାଣାଙ୍କ ଶେଷ ଦର୍ଶନ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଞ୍ଚିଛନ୍ତି। ସେ ରାଣା ପ୍ରତାପଙ୍କ ଜନ୍ମସ୍ଥାନକୁ ଯିବେ ବୋଲି ସୂଚନା ମିଳିଛି। ମନ୍ତ୍ରୀ ଅଶୋକ ପଣ୍ଡା ବି ପହଞ୍ଚିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ସମେତ କେତେକ ନେତା ମଧ୍ୟ ରାଣା ପ୍ରତାପଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ତାଙ୍କର ଅନ୍ତିମ ସଂସ୍କାର ପାଇଁ ସହିଦ୍ ରାଣାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯିବ । ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଣାପ୍ରତାପଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ ଗତ 12 ବର୍ଷ ଧରି ଦେଶ ସେବା କରିଆସୁଥିଲେ । ସେ ଜୁନିୟର ୱାରେଣ୍ଟ ଅଫିସର ଥିଲେ ।












Click it and Unblock the Notifications