ଢେଙ୍କାନାଳ ସଦର ରେଞ୍ଜ ମହାଦିଆ ନିକଟରେ ହାତୀଛୁଆର ମୃତଦେହ ଠାବ
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହାଦିଆ ନିକଟରେ ହାତୀଛୁଆର ମୃତଦେହ ଠାବ ହୋଇଛି। ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ହାତୀଟିର ବୟସ ଏକ ବର୍ଷ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି କିଛି ହାତୀପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ମଠରଗଡ଼ି ଜଙ୍ଗଲରୁ ବାହାରି ବିଲକୁ ଯାଉଥିଳେ। ଏତିକିବେଳେ ମହାଦିଆ ଗାଁରେ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟରେ ଲାଗି ଯିବାରୁ ହାତୀଛୁଆଟିର ମୃତ୍ୟୁ ଘଟିଥିଲା। ଏହି ସୋଲାର ସହିତ ବିଦ୍ୟୁତ ସଂଯୋଗ ହୋଇଥିବା କିମ୍ବା ହାଇ ଭୋଲଟ୍ ପାଇଁ ହାତୀ ଛୁଆଟି ମୃତ୍ୟୁବରଣ କରିତିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କର୍ମଚାରୀ ମାନେ କହିଛନ୍ତି।

More From
-
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
IPL ୨୦୨୬: ଆଜିଠୁ ଆଇପିଏଲ, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍ -
Adani ଓ Youth4Jobsର ବଡ଼ ଉଦ୍ୟମ: ଭିନ୍ନକ୍ଷମ ଫଟୋଗ୍ରାଫରଙ୍କ ପାଇଁ Global Ability Photography Challenge 2026 ଆରମ୍ଭ -
ମହଜୁଦ ଅଛି ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର...








Click it and Unblock the Notifications