Get Updates
Get notified of breaking news, exclusive insights, and must-see stories!

ରେଳଧାରଣାରେ ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ମୃତଦେହ

ବଲାଙ୍ଗୀର: ରେଳଧାରଣାରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ବଲାଙ୍ଗୀର ବଣିକ ସଂଘ ସଭାପତି ତ୍ରିପୁରାରିଙ୍କ ମୃତଦେହ ମିଳିଛି । ବ୍ୟବସାୟୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଆଜି ସକାଳେ ଖୁଜେନପାଲି ରେଳ ଧାରଣାରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

dead body

ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି, ତାହା ଜଣାପଡ଼ିନାହିଁ । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କାହିଁକି ରେଳ ଧାରଣାରେ ମୃତଦେହ ପକାଇଲା, ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଆଜି ସକାଳୁ ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲାର ଜଣେ ଜଣାଶୁଣ ବ୍ୟବସାୟୀ ହୋଇଥିବାବେଳେ, କିପରି ତାଙ୍କର ମୃତ୍ୟୁ ଘଟିଲା ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ, ତଦନ୍ତ ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+