ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବାସଭବନରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ବିଜେପି ନେତା ତଥା ପ୍ରଦୀପ ପୁରୋହିତଙ୍କ ବାସଭବନରେ ତାଙ୍କ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଡ୍ରାଇଭର ହେଲେ ଧନୁର୍ଜୟ ପାଣ୍ଡେ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାୱାରର ବନ୍ଦ ଘରୁ ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ମିଳିଛି ।
ଘଟଣାସ୍ଥଳରେ ପୋଲିସ ତନାଘନା କରୁଛି । ଏ ନେଇ ସୂଚନା ପାଇବା ପରେ ମୃତ ଧନୁର୍ଜୟଙ୍କ ପରିବାର ଲୋକ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଘର ଖୋଲିଛି ।
ଏହା ପରେ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଧନୁର୍ଜୟ କେବଳ ମୋ ଡ୍ରାଇଭର ନଥିଲେ ମୋ ରାଜନୀତି କାମ ବି ବୁଝୁଥିଲେ । ଧନୁର୍ଜୟଙ୍କ ମୃତ୍ୟରେ ମୁଁ ମର୍ମାହତ । ସେ ଡିପ୍ରେସନରେ ନଥିଲେ । କାହିଁକି ଏମିତି ନିଷ୍ପତ୍ତି ନେଲେ ତାହା ମୁଁ ଜାଣିପାରୁନି । ପୋଲିସ ତଦନ୍ତ କରୁଛି, ସବୁ କଥା ସାମ୍ନାକୁ ଆସିବ ।












Click it and Unblock the Notifications