ବଦଳିବ ପିପିଲି ଉପନିର୍ବାଚନ ତାରିଖ ! ସାନି ଉପ ନିର୍ବାଚନ ସଂପର୍କରେ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବଦଳିବ ପିପିଲି ଉପନିର୍ବାଚନ ତାରିଖ । ପିପିଲିରେ ହେବ ସାନି ଉପ ନିର୍ବାଚନ । ସାନି ଉପ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ ।

ଭୁବନେଶ୍ୱର: ବଦଳିବ ପିପିଲି ଉପନିର୍ବାଚନ ତାରିଖ । ପିପିଲିରେ ହେବ ସାନି ଉପ ନିର୍ବାଚନ । ସାନି ଉପ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ନିଆଯିବ ପଦକ୍ଷେପ ।

Pipili by election

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ଘୁଞ୍ଚିଲା ଉପନିର୍ବାଚନ ତାରିଖ । ଆସନ୍ତା 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହୋଇଥାନ୍ତା ଭୋଟ ଗ୍ରହଣ । ମାତ୍ର ଭୋଟିଂର ଠିକ୍ ତିନି ଦିନ ପୂର୍ବରୁ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପାଇଁ ଉପନିର୍ବାଚନ ତାରିଖ ଘୁଞ୍ଚାଯିବ ।ଜନପ୍ରତିନିଧି ଆଇନ୍ ୧୯୫୧ର ସେକ୍ସନ୍ ୫୨ର ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ତାହେଲେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ। ବର୍ତ୍ତମାନ ପିପିଲି କ୍ଷେତ୍ରରେ ଅନୁରୂପ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ସୂଚନଥାଉ କି, ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡରେ ସଂକ୍ରମଣ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଜିତ । ତେବେ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଗତ 7 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ ।

ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ଅଜିତ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଥିଲା । ପରବର୍ତ୍ତି ସମୟରେ ଗତ 10 ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତାର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+